ବିମାନବନ୍ଦରରେ ଦେଖାଇବାକୁ ପଡ଼ିବ ଆରଟି-ପିସିଆର ନେଗେଟିଭ ରିପୋର୍ଟ

କୋଲକାତା,୧୪।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଯାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲାକୁ ନେଇ ରାଜ୍ୟ ସରକାର ଏକ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ନୂଆ ଗାଇଡଲାଇନ ଅନୁସାରେ ଏଣିକି କୋଲକାତା ବିମାନବନ୍ଦରରେ ଯାତ୍ରୀଙ୍କୁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ବାଧ୍ୟତାମୂଳକ। ବିମାନବନ୍ଦରକୁ ୪ଟି ରାଜ୍ୟରୁ ତଥା ମହାରାଷ୍ଟ୍ର, କର୍ନାଟକ, କେରଳ ଓ ତେଲେଙ୍ଗାନାରୁ ଆସୁଥିବା ଯାତ୍ରୀଙ୍କୁ ଯାତ୍ରାର ୭୨ଘଣ୍ଟା ପୂର୍ବର ଆରଟି-ପିସିଆର ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ।

Share