Categories: ବାଣିଜ୍ୟ

ଅଗଷ୍ଟରୁ ବଦଳୁଛି ପିଏଫ୍‌ର ଏହି ବଡ଼ ନିୟମ: କମ୍‌ ଆସିବ ଦରମା

ନୂଆଦିଲ୍ଲୀ,୧।୮: ଅଗଷ୍ଟ ମାସରେ ବଳିଛି ଅନେକ ନିୟମ। ସେଭଳି ଗୋଟିଏ ହେଉଛି ଆପଣଙ୍କ ଦରମା ସମ୍ପର୍କିତ। ଏହି ମାସରୁ ଟେକ୍‌ ହୋମ୍‌ ସାଲାରୀ/ଇନ୍‌ ହ୍ୟାଣ୍ଡ(ଘରୋଇ ଦରମା) ବୃଦ୍ଧି ପାଇବ।

କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାର ପିଏଫ୍‌ ସହ ଜଡ଼ିତ କିଛି ନିୟମ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ପିଏଫ୍‌ ଯୋଗଦାନକୁ ୧୨%ରୁ କମ୍‌ କରି ୧୦% କରି ଦିଆଯାଇଛି। ଫଳରେ କର୍ମଚାରୀଙ୍କ ଟେକ୍‌ ହୋମ୍‌ ସାଲାରୀ ୨% ବଢ଼ିବ।

ତେବେ ଏହା ଅନିବାର୍ଯ୍ୟ ନୁହେଁ। କାରଣ କର୍ମଚାରୀମାନେ ସହମତି ପ୍ରକାଶ କରିବାକୁ ପଡ଼ିବ। ଜୁଲାଇ ପର୍ଯ୍ୟନ୍ତ ଏହି ନିୟମ ଥିଲା। ଏଣୁ ଯେଉଁ ଲୋକେ ଏହି ନୂଆ ନିୟମକୁ ଚୟନ କରିବେ, ଅଗଷ୍ଟରୁ ତାଙ୍କର ଟେକ୍‌ ହୋମ୍‌ ସାଲାରୀ କମ୍‌ ଆସିବ। ହେଲେ ସେମାନଙ୍କର ପିଏଫ୍‌ରେ ଯୋଗଦାନ କମିଯିବ।

ସାଧାରଣ ଭାଷାରେ କହିବାକୁ ଗଲେ, ମୂଳ ବେତନର ୧୨% ଯୋଗଦାନ କର୍ମଚାରୀ କରିଥାଏ। କେବଳ ଏତିକି ନୁହେଁ କମ୍ପାନୀ ପକ୍ଷରୁ ମଧ୍ୟ ପିଏଫ୍‌ରେ ଅଂଶ ଦିଆଯାଏ। ଉକ୍ତ ୧୨%ର ୮.୩୩% ପେନ୍‌ସନ ଯୋଜନା ଇପିଏସ୍‌ରେ ହୋଇଥାଏ। ବାକି ୩.୬୭% ଯୋଗଦାନ କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ୍‌)ରେ ହୋଇଥାଏ। ଏବେ ଏହି ନୂଆ ନିୟମ ଦ୍ୱାରା ଇନ୍‌ହ୍ୟାଣ୍ଡ ସାଲାରି କମ୍‌ ଆସିବ। ଏହାଦ୍ୱାରା ୪.୩ କୋଟି କର୍ମଚାରୀ ଲାଭବାନ ହେବେ।

ଏହାଛଡ଼ା କରୋନା ସଙ୍କଟ ଆରମ୍ଭ ହେବା ସମୟରେ ୧୦୦ରୁ କମ୍‌ କର୍ମଚାରୀ ଥିବା ଏବଂ ୧୫୦୦୦ ପର୍ଯ୍ୟନ୍ତ ଦରମା ପାଉଥିବା ୯୦% କର୍ମଚାରୀ ଥିବା କମ୍ପାନୀଗୁଡ଼ିକର ପିଏଫ୍‌ ସରକାର ଜମା କରୁଛନ୍ତି। ଏହା ଜୁଲାଇରେ ଶେଷ ହୋଇଛି। ଅଗଷ୍ଟରୁ ବେସିକ୍‌ ସାଲାରୀର ୧୨% ପିଏଫ୍‌ ପାଇଁ କଟାଯିବ। ନୂଆ ନିୟମ ଲାଗୁ କରାଇଥିଲେ ୧୦% କଟିବ।

Share