ପାକ୍‌ ସୁପ୍ରିମକୋର୍ଟ ଆଗରେ ଶାସକ ମେଣ୍ଟର ବିକ୍ଷୋଭ

ଇସ୍‌ଲାମାବାଦ, ୧୬ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଜାମିନ ପ୍ରତିବାଦରେ ଦେଶର ଶାସକ ଦଳଗୁଡ଼ିକର ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ (ପିଡିଏମ୍‌)ର ସମର୍ଥକମାନେ ସୋମବାର ସୁପ୍ରିମକୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିଡିଏମ୍‌ ପକ୍ଷରୁ ସୁପ୍ରିମକୋର୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ ବେlଳେ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌), ଜମାଏତ୍‌ ଉଲେମା-ଇ-ଇସ୍‌ଲାମ ଫଜଲ (ଜେୟୁଆଇ-ଏଫ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର କର୍ମମାନେ ରେଡ୍‌ ଜୋନ୍‌ ମଧ୍ୟକୁ ପ୍ରବେଶ କରିଥିଲେ। ପିଏମ୍‌ଏଲ୍‌-ଏନ୍‌ର ବରିଷ୍ଠ ଉପାଧ୍ୟକ୍ଷ ମାର୍ୟମ ନାଓ୍ବଜ ଏବଂ ଜେୟୁଆଇ-ଏଫ୍‌ ମୁଖ୍ୟ ମୌଲାନା ଫଜଲୁର ରେହମନ ପିଡିଏମ୍‌ ସହ ଏକାଠି ସୁପ୍ରିମକୋର୍ଟ ବାହାରେ ଧାରଣାରେ ବସିଥିଲେ। ଅନ୍ୟପକ୍ଷରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ନିମନ୍ତେ ପ୍ରସ୍ତୁତ ରହିବାକୁ ଇମ୍ରାନ୍‌ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

Share