୬ଷ୍ଠ ଥର ହାତେଇବାକୁ ଶାସକ ଦଳର ରଣନୀତି

ଫୁଲବାଣୀ,୨୭।୧୨(ରାକେଶ କୁମାର ରାଉତ): ଶାସକ ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ କନ୍ଧମାଳ ଜିଲା ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ହାତରେ ରଖିଆସିଛି।ଏଥର ୬ଷ୍ଠ ପାଳିରେ ମଧ୍ୟ ବିଜେଡି ଏହି ସିଟ୍‌କୁ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରିଚାଲିଛି। କିନ୍ତୁ ଦଳ ପୁଣି ନୂଆ ନା ପୁରୁଣା ମୁହଁଙ୍କୁ ସୁଯୋଗ ଦେବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ସେପଟେ ବିରୋଧୀ ଭାଜପା ଏବଂ କଂଗ୍ରେସର ରାଜନୈତିକ ତତ୍ପରତା ସେଭଳି ଦୃଷ୍ଟିଗୋଚର ହେଉନାହିଁ। କହିବାକୁ ଗଲେ ଭାଜପାରେ କିଛି ନୂଆ ମୁହଁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ସ୍ଥିତି ଅସ୍ପଷ୍ଟ ରହିଛି।
ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ। ଏହା ଫୁଲବାଣୀ ପୌରପାଳିକା ସମେତ ଫୁଲବାଣୀ, ଫିରିଙ୍ଗିଆ, ଖଜୁରିପଡ଼ା ଓ ଚକାପାଦ ବ୍ଲକକୁ ନେଇ ଗଠିତ। ପୂର୍ବରୁ କଂଗ୍ରେସର ଗଡ଼ ଭାବେ ପରିଚିତ ଏହି କ୍ଷେତ୍ରକୁ ୨୦୦୦ ମସିହାରୁ ବିଜେଡି ନିଜ ଅକ୍ତିଆରରେ ରଖି ତା’ର ପ୍ରଭାବ ବିସ୍ତାର କରିଚାଲିଛି। ଗତ ତିନୋଟି ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଭାଜପା କ୍ରମାଗତ ଶକ୍ତି ବୃଦ୍ଧି କରିବା ସହ ଦ୍ୱିତୀୟ ସ୍ଥାନରେ ରହିଛି। ପଦ୍ମନାଭ ବେହେରା ଏଠାରୁ ଦୁଇ ଥର ବିଧାୟକ ହୋଇ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ସେ ୧୯୯୦ରେ ଜନତା ଦଳ ଓ ୨୦୦୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବୀରମହାରାଜପୁର ଯିବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ଏହି ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀମାନେ ବାରମ୍ବାର ବିଜୟୀ ହୋଇଆସୁଛନ୍ତି। ପଦ୍ମନାଭଙ୍କ ପରେ ୨୦୦୯ରେ ଦେବେନ୍ଦ୍ର କହଁର, ୨୦୧୪ରେ ଦୁଗୁନି କହଁର ଓ ୨୦୧୯ରେ ଅଙ୍ଗଦ କହଁର ଦଳୀୟ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ଏଭଳି ସ୍ଥିତିରେ ବର୍ତ୍ତମାନର ବିଧାୟକ ଅଙ୍ଗଦଙ୍କୁ ଦଳ ପୁନର୍ବାର ସୁଯୋଗ ଦେବା ଭଳି ଦେଖାଯାଉନାହିଁ ବୋଲି ଆଲୋଚନା ହେଉଛି। ଦୁଗୁନି ସମ୍ଭବତଃ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛନ୍ତି। କାରଣ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ବାକି ରହିଲେ ଫୁଲବାଣୀ ଅଞ୍ଚଳର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ବିଗତ ଦୁଇଟି ସାଧାରଣ ନିର୍ବାଚନରେ ସେ ଆଶାୟୀ ଥିଲେ ମଧ୍ୟ ଦଳୀୟ ଟିକେଟ ହାତେଇପାରି ନ ଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରୟାସ ଜାରି ରଖିଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ଫୁଲବାଣୀ ବ୍ଲକରୁ କେବଳ ଦେବେନ୍ଦ୍ରଙ୍କୁ ବାଦ୍‌ ଦେଲେ ବିଜେଡି ସବୁ ନିର୍ବାଚନରେ ଫିରିଙ୍ଗିଆ ବ୍ଲକରୁ ହିଁ ପ୍ରାର୍ଥୀ ଚୟନ କରିଛି। ତେଣୁ ଆଗାମୀ ନିର୍ବାଚନରେ ଏହି ଧାରା ବଦଳିବ କି ଅପରିବର୍ତ୍ତିତ ରହିବ, ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜାରି ରହିଛି। ଫିରିଙ୍ଗିଆ ବଡ଼ ବ୍ଲକ ହୋଇଥିବା ବେଳେ ପଦ୍ମନାଭ ବେହେରାଙ୍କ ଏହା ନିଜସ୍ବ ଅଞ୍ଚଳ। ଏବେ ବି ଜିଲା ରାଜନୀତିରେ ତାଙ୍କ ପ୍ରଭାବ ରହିଛି। ଆଗାମୀ ପ୍ରାର୍ଥୀ ମଧ୍ୟ ଏଠାରୁ ହେବା କିଛି ଅସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି। ବିଜୟ ସମ୍ଭାବନା ଦୃଷ୍ଟିରୁ ଅନ୍ୟ ଦଳ ଅପେକ୍ଷା ବିଜେଡି ଆଗୁଆ ରହିଛି।
ଗତ ପଞ୍ଚାୟତ ନିର୍ବାଚନରେ ୬ଟି ଜିଲା ପରିଷଦ ଆସନ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ଭାଜପାକୁ ଦୁଇଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲି ପାରି ନ ଥିଲା। ୧୯୮୫ରେ ଶେଷଥର ପାଇଁ ଅଭିମନ୍ୟୁ ବେହେରା କଂଗ୍ରେସ ପ୍ରାର୍ଥୀ ହିସାବରେ ଫୁଲବାଣୀ ବିଧାୟକ ହୋଇଥିଲେ। ତା’ ପରଠାରୁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଗତ ସମସ୍ତ ନିର୍ବାଚନରେ କଂଗ୍ରେସ ନୂଆ ନୂଆ ପ୍ରାର୍ଥୀଙ୍କୁ ନେଇ ପରୀକ୍ଷା କରିଛି। କିନ୍ତୁ ସଫଳ ହୋଇନାହିଁ। ୨୦୨୪ ପାଇଁ ମଧ୍ୟ ଦଳରେ କୌଣସି ଉଦୀୟମାନ ପ୍ରାର୍ଥୀ ଦେଖାଯାଉ ନ ଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ତୁଳନାରେ ଭାଜପାର ଭୋଟ ହାର ଅପେକ୍ଷାକୃତ ଭଲ ଥିଲେ ମଧ୍ୟ କିଏ ପ୍ରାର୍ଥୀ ହେବେ, ତାହା ଏବେ ସମସ୍ତଙ୍କ ଅଗୋଚରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri