ମୁମ୍ବାଇ,୨୩।୫: ଆଇପିଏଲ ୨୦୨୨ରୁ ପଞ୍ଜାବ କିଙ୍ଗ୍ସର ଦଳ ଯଦିଓ ପ୍ଲେ ଅଫ୍କୁ ଯାଇପାରିନାହିଁ, କିନ୍ତୁ ଦଳର ଓପନର୍ ଶିଖର ଧାୱନ ଇତିହାସ ସୃଷ୍ଟି କରିଛନ୍ତି। ସେ ଆଇପିଏଲରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ବ୍ୟାଟ୍ର୍ ଭାବେ ଆଇପିଏଲ୍ରେ ୭୦୦ ଚୌକା ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ କୌଣସି ବ୍ୟାଟର୍ ଏପରି ସଫଳତା ହାସଲ କରିପାରିନାହାନ୍ତି।
ଚଳିତ ଆଇପିଏଲ୍ର ଶେଷ ଲିଗ୍ ମ୍ୟାଚ୍ରେ ଧାଓ୍ବନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୨ ବଲରେ ୩୯ ରନ ସ୍କୋର କରିଥିଲେ। ୩୯ ରନ୍ର ଇନିଂସରେ ସେ ୨ ଚୌକା ଓ ୨ ଛକା ମାରିଥିଲେ। ଧାଓ୍ବନ ଆଇପିଏଲରେ ୭୦୧ଟି ଚୌକା ମାରିବାର ରେକର୍ଡ ରଖିଛନ୍ତି। ଶିଖର ଧାୱନଙ୍କ ପରେ ବିରାଟ କୋହଲିଙ୍କ ନାମ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ସେ ଆଇପିଏଲରେ ୫୭୬ ଚୌକା ମାରିବାର ରେକର୍ଡ କରିଛନ୍ତି। ଧାଓ୍ବନ ମଧ୍ୟ ଆଇପିଏଲର ଦ୍ୱିତୀୟ ସର୍ବାଧିକ ରନ ସ୍କୋର। ଶିଖର ସେ ଆଇପିଏଲରେ ୬,୨୪୪ ରନ ସ୍କୋର କରିବାର ରେକର୍ଡ ରଖିଛନ୍ତି।