ଭାରତୀୟଙ୍କୁ ବିଦା କଲା ରୁଷିଆ ସେନା

ନୂଆଦିଲ୍ଲୀ,୨୭।୨:ରୁଷିଆ ସେନାରେ ଅନେକ ଭାରତୀୟ ଯୁବକ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଭଲ ଦରମାରେ ଚାକିରି କରିବା ଲାଗି ପ୍ରଲୋଭିତ ହୋଇ ରୁଷିଆ ଯାଇ ସେମାନେ ସେଠାରେ ରୁଷୀୟ ସେନା ପାଇଁ ଯୁଦ୍ଧ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ରୁଷୀୟ ସେନାରେ ହେଲ୍ପର ଭାବେ କାମ କରୁଥିବା ଗୁଜରାଟର ୨୩ ବର୍ଷୀୟ ହମିଲ ମଙ୍ଗୁକିୟା ୟୁକ୍ରେନ୍‌ ସହ ଯୁଦ୍ଧରେ ସାମିଲ ଥିବାବେଳେ ଏୟାରଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଛନ୍ତି। ୨ ଦିନ ପୂର୍ବରୁ ତାଙ୍କ ପରିବାରକୁ ଏହି ଖବର ମିଳିଥିଲା। ମଙ୍ଗୁକିୟା ଏକ ଅନ୍‌ଲାଇନ ବିଜ୍ଞାପନ ଜରିଆରେ ରୁଷିଆରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ସେ ଗତ ଡିସେମ୍ବର ୧୪ରେ ଚେନ୍ନାଇରୁ ଯାଇ ମସ୍କୋରେ ପହଞ୍ଚତ୍ବା ପରେ ତାଙ୍କୁ ରୁଷିଆ ସେନାରେ ସହାୟକ ଭାବେ ନିଯୁକ୍ତ କରାଯାଇଥିଲା। କିଛିଦିନ ପୂର୍ବରୁ ପ୍ରଥମ ବେତନ ଭାବେ ୨.୩ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ହମିଲଙ୍କ ମୃତ୍ୟୁ ପରେ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଭାରତୀୟମାନେ ଆତଙ୍କିତ ହେବା ସହ ସ୍ବଦେଶ ଫେରିବା ପାଇଁ ରୁଷିଆରେ ଅବସ୍ଥାପିତ ଭାରତୀୟ ଦୂତାବାସ ନିକଟରେ ଆବେଦନ କରିଥିଲେ। ଏହି ଘଟଣାରେ ଭାରତ ବିଭିନ୍ନ ମହଲରେ ଅପଦସ୍ଥ ହେବା ପରେ ରୁଷିଆ ଉପରେ ଚାପ ପକାଇଥିଲା। ଶେଷରେ ରୁଷିଆ ସେନା ଭାରତୀୟମାନଙ୍କୁ ବିଦା କରିଦେଇଛି।
ଭାରତରେ ବେରୋଜଗାରି ବଢ଼ୁଥିବାରୁ କାମଧନ୍ଦା ନ ପାଇ ଯୁବବର୍ଗ ବିଦେଶମୁହଁା ହେଉଛନ୍ତି। ସେମାନେ ଅନେକ ସମୟରେ ଦଲାଲମାନଙ୍କ ଠକାମିର ଶିକାର ହେବା ସହ ବିପଜ୍ଜନକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଗତବର୍ଷ ନଭେମ୍ବରରୁ ରୁଷିଆ-ୟୁକ୍ରେନ୍‌ ସୀମାର ମାରିଉପୋଲ, ଖର୍କିଭ, ଡୋନେସ୍କ, ରୋସ୍ତଭ-ଅନ୍‌-ଡନ୍‌ରେ ପ୍ରାୟ ୧୮ ଜଣ ଭାରତୀୟ ଫସିରହିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ କେତେଜଣ ରୁଷିଆ ସେନାରେ ସହାୟକ ଭାବେ ୟୁକ୍ରେନ୍‌ ଯୁଦ୍ଧରେ ସାମିଲ ଥିଲେ। ହାଇଦ୍ରାବାଦର ଜଣେ ଯୁବକ ରୁଷିଆ ସେନାରେ ସାମିଲ ହୋଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ କରୁଥିବାରୁ ତାଙ୍କୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଜଣାଇଥିଲେ। ଗତ ମାସ ୨୫ରେ ଓଓ୍ବାଇସି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ମସ୍କୋରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖି ରୁଷିଆରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। କେବଳ ହାଇଦ୍ରାବାଦ ନୁହେଁ, ଉତ୍ତରପ୍ରଦେଶ, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରୁ ଯୁବକମାନେ ରୁଷିଆ ସେନାରେ ନିୟୋଜିତ ହୋଇଥିବା ଜଣାପଡ଼ିଥିଲା। ମସ୍କୋ ସହ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏନେଇ ଯୋଗାଯୋଗରେ ରହିଥିବା ଗତ ସପ୍ତାହରେ ଏହାର ମୁଖପାତ୍ର ରଣଧୀର ଜୟସ୍ବାଲ କହିଥିଲେ। ଭାରତୀୟମାନଙ୍କୁ ୟୁକ୍ରେନ୍‌ର ଯୁଦ୍ଧ ଅଞ୍ଚଳଠାରୁ ଦୂରେଇ ରହିବା ସହ ସତର୍କ ହେବାକୁ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ମାମଲାକୁ ରୁଷୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ ଭାବେ ଉଠାଯାଇଥିଲା। ସେହିପରି ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଥିବା ମାମଲାଗୁଡ଼ିକୁ ନୂଆଦିଲ୍ଲୀରେ ଥିବା ରୁଷିଆ ଦୂତାବାସକୁ ଜଣାଇ ଦିଆଯାଇଥିଲା। ଫଳରେ ରୁଷୀୟ ସେନାରୁ ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ

ଜେରୁଜେଲମ,୨୨।୧୧: ଗାଜାରେ ଯୁଦ୍ଧ ଅପରାଧ ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ଏହା...

ଉତ୍ତର କୋରିଆ ରୁଷିଆକୁ ପଠାଇଲା ସେନା, ରିଟର୍ନ ଗିପ୍ଟରେ ମିଳିଲା ବାଘ, ଭାଲୁ

ମସ୍କୋ,୨୨।୧୧: ଉତ୍ତର କୋରିଆ ସହ ବନ୍ଧୁତାକୁ ମଜବୁତ କରିବାକୁ ରୁଷିଆ ଚେଷ୍ଟା କରୁଛି। ରୁଷିଆ ବର୍ତ୍ତମାନ ପଶୁମାନଙ୍କୁ ଏକ ମାଧ୍ୟମ ଭାବରେ ବ୍ୟବହାର କରି ଉତ୍ତର...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଟେନସନ ବଢାଇଲା ଉତ୍ତର କୋରିଆ, ଆମେରିକାକୁ ପରମାଣୁ ଆକ୍ରମଣର ଚେତାବନୀ ଦେଲେ କିମ!

ସିଓଲ,୨୨।୧୧: ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଆମେରିକାକୁ ତିକ୍ତତା ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି ଏବଂ କୋରିଆ ଉପଦ୍ୱୀପ ପୂର୍ବରୁ ପରମାଣୁ ଯୁଦ୍ଧର...

ଗିରଫ ହେବେ କି ନେତାନ୍ୟାହୁ: ଜାଣନ୍ତୁ କ’ଣ ରହିଛି ନିୟମ

ହେଗ୍‌,୨୨ା୧୧ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ଗାଜାରେ ମାନବତା ବିରୋଧରେ ଅପରାଧ ଅଭିଯୋଗ ନେଇ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି)...

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି ମାଳଦ୍ୱୀପ

ମାଲେ,୨୨।୧୧: ମାଳଦ୍ୱୀପ ସରକାରଙ୍କ ଆଦେଶ ପୁଣି ଥରେ ସେଠାରେ କିଛି ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ଭାରତଠାରୁ ଉପହାରରେ ମିଳିଥିବା ଡୋର୍ନିଅର୍‌ ଏବଂ ହେଲିକପ୍ଟରକୁ ଉଡ଼ାଉଥିବା...

ଶେଷରେ ହାର୍‌ ମାନିଲେ ଟ୍ରୁଡୋ: ମୋଦିଙ୍କ ବିରୋଧରେ….

ଓଟଓ୍ବା,୨୧।୧୧:କାନାଡା ସରକାର ପୁଣି ଥରେ ଭାରତ ଆଗରେ ହାର୍‌ ମାନିଛି। ପ୍ରକାଶ ପାଇଛନ୍ତି। ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ କାନାଡା ଲଜ୍ଜାର ସମ୍ମୁଖୀନ ହୋଇଛି।...

ଭାରତ-ଗୁୟାନାକୁ ଯୋଡୁଛି ସଂସ୍କୃତି, ଖାଦ୍ୟ ଆଉ କ୍ରିକେଟ

ଜର୍ଜଟାଉନ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗୁୟାନାଠାରେ ପହଞ୍ଚି ସେଠାରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥି ସହିତ, ୫୦ ବର୍ଷରୁ ଅଧିକ ସମୟ ମଧ୍ୟରେ...

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲା

ଡେଇର ଅଲ୍‌-ବଲାହ,୨୧ା୧୧:ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ୧୩ ମାସ ହେଲା ଯୁଦ୍ଧ ଲାଗିରହିଥିବାବେଳେ ଗାଜାଷ୍ଟ୍ରିପ୍‌ରେ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri