‘ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ସଂଘର୍ଷ ଭୁଲି ହେବ ନାହିଁ’

ବଲାଙ୍ଗୀର,୧୫ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଜିଲାସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ତାଙ୍କ ଅଭିଭାଷଣରେ ଦେଶର ସ୍ବାଧୀନତା ସଂଗ୍ରାମରେ ଜିଲାର ସ୍ବାଧୀନତା ସଂଗ୍ରାମୀଙ୍କ ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ଆଲୋକପାତ କରି ସ୍ମୃତିଚାରଣ କରିଥିଲେ। ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସଂଘର୍ଷ ଭୁଲିବାର ନୁହେଁ ବୋଲି କହିଥିଲେ। ବଲାଙ୍ଗୀର ଜିଲାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଯେଉଁ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତା’ର ସୂଚନା ଦେଇଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ର ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥଲେ l ସେଠାରୁ ମନ୍ତ୍ରୀ ଖୁଣ୍ଟିଆ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀ ଓ ଜେଲ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରିଥିଲେ। ପୁଇନ୍ତଳା ବ୍ଲକ ପରିସରରେ କୁଷ୍ଠ କଲୋନୀ ଅନ୍ତେବାସୀମାନଙ୍କୁ ବସ୍ତ୍ର ପ୍ରଦାନ କରିଥଲେ।