ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇ ଧରାପଡ଼ିଲେ ସାଧୁ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ,୨୧।୨: କନ୍ଧମାଳ ଜିଲା ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରିଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ସାଧୁଙ୍କୁ ପୋଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ସାଧୁ ଜଣକ ହେଲେ ମହାଦେବ ମହାରାଜ। ପୋଲିସ ତାଙ୍କୁ ରାୟଗଡ଼ା ଚାଟିକଣାରୁ ଧରିବାରେ ସଫଳ ହୋଇଛି। ପୂର୍ବରୁ ସ୍ବାମୀଙ୍କ ସହ ଅଭିଯୁକ୍ତ ମହାଦେବଙ୍କ ମତାନ୍ତର ଥିବା କନ୍ଧମାଳ ଏସ୍‌ପି ସୂଚନା ଦେଇଛନ୍ତି। ଏପରି କି ମହାଦେବ ଚକାପାଦ, ଜଲେଶପଟ୍ଟା ଆଶ୍ରମରେ କାମ କରିଥିବା ସେ କହିଛନ୍ତି। ସୂଚନା ଯୋଗ୍ୟ, କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦଙ୍କ ମୋବାଇଲ ନମ୍ବରକୁ କେହି ଜଣେ ଫୋନ କରି ହୀନ୍ଦିରେ ହତ୍ୟା ଧମକ ଦେଇଥିଲେ। ଏନେଇ ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ରାୟଗଡ଼ା ଚାଟିକଟାରେ ଚଢାଉ କରି ଅଭିଯୁକ୍ତ ମହାଦେବଙ୍କୁ ଧରିବାରେ ସଫଳ ହୋଇଥିଲା।

 

Share