Categories: ବାଣିଜ୍ୟ

୧୫% ବଢ଼ିବ ବ୍ୟାଙ୍କ କର୍ମଚାରୀଙ୍କ ବେତନ

ମୁମ୍ବାଇ,୨୨।୭: ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଖୁସି ଖବର। ଏହି କର୍ମଚାରୀଙ୍କ ବେତନ ୧୫% ବଢ଼ିବ ବୋଲି ଜଣାପଡ଼ିଛି। ସେହିଭଳି ଏମାନେ ୨୦୧୭ ନଭେମ୍ବରରୁ ଏରିୟର ପାଇବେ। ଏହି ସମୟରେ ଇନ୍‌ସେଣ୍ଟିଭର ଫାଇଦା ମଧ୍ୟ କର୍ମଚାରୀଙ୍କୁ ମିଳିବ। ବ୍ୟାଙ୍କର୍ସ ପର୍‌ଫରମାନ୍ସ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ ଲାଭ କରିପାରିବେ ବୋଲି ସୂଚନା ରହିଛି। ବ୍ୟାଙ୍କର ପରିଚାଳନା ଲାଭ ଆଧାରରେ ଏହି ସୁବିଧା ଉପଲବ୍ଧ ହେବ। ବ୍ୟାଙ୍କ କର୍ମଚାରୀଙ୍କ ବେତନକୁ ନେଇ ବୁଧବାର ବ୍ୟାଙ୍କ ସଂଘ ଏବଂ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ମଧ୍ୟରେ ସହମତି ପ୍ରକାଶ ପାଇଛି। ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୫% ବଢ଼ିବା ନେଇ ନିଷ୍ପତ୍ତି ନିଆଯାଇଛି। ଏରିୟର ରାଶି ପ୍ରାୟ ୭୮୯୮ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ବ୍ୟାଙ୍କ ସଂଘଗୁଡିକ ଏ ନେଇ ଲଗାତର ଦାବି କରି ଆସୁଥିଲେ। ଏହା ଉପରେ ସହମତି ହୋଇପାରୁ ନ ଥିଲା। ହେଲେ ବୁଧବାର ଏ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Share