କାରଖାନା ଶ୍ରମିକଙ୍କ ଦରମା ୨୦ହଜାରରୁ କମ୍‌

ଭୁବନେଶ୍ୱର, ୧୮।୮ (ଅନୁରାଧା ମହାରଣା): ଭାରତର ବିଭିନ୍ନ କାରଖାନା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମ ପ୍ରଦାନ କରୁଥିବା ଅଧିକାଂଶ ଶ୍ରମିକ (ବ୍ଲୁ-କଲର) ମାସିକ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍‌ ଦରମା ପାଇଥା’ନ୍ତି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଶ୍ରମିକଙ୍କ ଏକ ବୃହତ୍‌ ଭାଗ ଆର୍ଥିକ ଚାପରେ ପୀଡ଼ିତ ଏବଂ ଗୃହ, ସ୍ବାସ୍ଥ୍ୟସେବା ଏବଂ ଶିକ୍ଷା ଭଳି ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ଏହି ରିପୋର୍ଟରେ କୁହାଯାଇଛି, ୫୭.୬୩ ପ୍ରତିଶତରୁ ଅଧିକ ଶ୍ରମ ଆବଶ୍ୟକ କରୁଥିବା ପଦବୀ ମାସିକ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍‌ ବେତନ ସୀମା ମଧ୍ୟରେ ରହିଛି। ଅନେକ ଶ୍ରମିକ ସର୍ବନିମ୍ନ ମଜୁରିରେ ଚାକିରି କରୁଥିତ୍ବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ରିପୋର୍ଟରେ ଦର୍ଶାଯାଇଛି, ପ୍ରାୟ ୨୯.୩୪ ପ୍ରତିଶତ ଶ୍ରମ ଆବଶ୍ୟକ କରୁଥିବା ଚାକିରି ମଧ୍ୟମ ଆୟ ଗୋଷ୍ଠୀରେ ଅଛି ଏବଂ ଦରମା ମାସକୁ ୨୦,୦୦୦-୪୦,୦୦୦ ଟଙ୍କା ମଧ୍ୟରେ ରହିଛି। ଏଥିରେ କୁହାଯାଇଛି, ଏହି ବର୍ଗର ଶ୍ରମିକମାନେ ଆର୍ଥିକ ସୁରକ୍ଷାରେ ସାମାନ୍ୟ ଉନ୍ନତି ଅନୁଭବ କରନ୍ତି, ମାତ୍ର ଆରାମଦାୟକ ଜୀବନଧାରଣ ହାସଲ କରିବା ଠାରୁ ବହୁ ଦୂରରେ ରହିଯାଇଥା’ନ୍ତି।
ରିପୋର୍ଟ ଅନୁଯାୟୀ, ଏହି ପରିସରର ଆୟ ଆବଶ୍ୟକତା ପୂରଣ କରେ କିନ୍ତୁ ସଞ୍ଚୟ କିମ୍ବା ପୁଞ୍ଜି ବିନିଯୋଗ ପାଇଁ ଅଳ୍ପ ପରିସର ସଂକୀର୍ଣ୍ଣ କରିଥାଏ। ଏହି ବର୍ଗର ଶ୍ରମିକମାନଙ୍କ ଏକ ବୃହତ୍‌ ଭାଗର ଆର୍ଥିକ ଦୁର୍ବଳତାକୁ ଦର୍ଶାଉଛି।
ଏନେଇ ୱାର୍କ ଇଣ୍ଡିଆର ସହ-ପ୍ରତିଷ୍ଠାତା ନୀଲେଶ ଡଙ୍ଗରୱାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତଥ୍ୟ ଦର୍ଶାଉଛି ଯେ ସ୍ବଳ୍ପ ବେତନଯୁକ୍ତ ଚାକିରି ଏବଂ ଅଧିକ ଆୟ ପାଇଁ ସୀମିତ ସୁଯୋଗର ଶ୍ରମ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅସମାନତା କେବଳ ଶ୍ରମଶକ୍ତିର ଏକ ବୃହତ୍‌ ଅଂଶ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ଆହ୍ବାନକୁ ପ୍ରତିଫଳିତ କରୁନାହିଁ, ବରଂ ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହାର ବ୍ୟାପକ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

ସର୍ବଭାରତୀୟ ସ୍ତରରେ ସେବା ଦିବସ ପାଳିତ, ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ: ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ,୨୩।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ (ସଙ୍ଗଠନ) ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ବିଶିଷ୍ଟ ସାମାଜିକ କର୍ମୀ ଏବଂ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

ଜିଓର ଦୀପାବଳି ଅଫର, ମାତ୍ର ଏତିକି ଟଙ୍କାରେ ମିଳିବ ଅନଲିମିଟେଡ ୫ଜି ଡାଟା

ନୂଆଦିଲ୍ଲୀ,୨୩।୧୦: ଦେଶର ଲୋକପ୍ରିୟ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଦୀପାବଳି ଅଫର ଭାବରେ ମାଗଣା ଇଣ୍ଟରନେଟ ସୁବିଧା ଯୋଗାଉଛି। ଏହାପୂର୍ବରୁ ସେପ୍ଟେମ୍ବରରେ କମ୍ପାନୀ ଏୟାରଫାଇବର ସହିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୩।୧୦: ଚଳିତ ପାର୍ବଣ ଋତୁରେ ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ଗ୍ରାହକମାନେ ଆମାଜନ ଡଟ୍‌ ଇନ୍‌ର ଫେଷ୍ଟିଭ ଗିଫ୍ଟିଙ୍ଗ ଷ୍ଟୋରକୁ ଅନ୍ବେଷଣ କରିପାରିବେ। ଏପରିକି...

ଖସିଲା ଶେୟାର ବଜାର

ମୁମ୍ବାଇ,୨୩।୧୦: କ୍ରମାଗତ ଭାବେ ଦ୍ୱିତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ...

ଓଡ଼ିଶା ବଜାରରେ ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ପାନ୍ଥର ସିମେଣ୍ଟ (ଜେପିସି)...

ଲାଇଫ୍‌ ଷ୍ଟାଇଲର ଅଲ୍‌ ନ୍ୟୁ କଲେକ୍ସନ

ନୂଆଦିଲ୍ଲୀ,୨୩।୧୦: ଲାଇଫ୍‌ଷ୍ଟାଇଲ୍‌’ର ଅଲ ନ୍ୟୁ କଲେକ୍ସନର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଚଳିତ ପାର୍ବଣ ଋତୁର ସ୍ବତନ୍ତ୍ର ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri