ପଞ୍ଚାୟତରେ ନିୟୋଜିତ ପିଏଚ୍‌ଆଇଇଭିଙ୍କ ଦରମା ବଢ଼ିଲା, ଏବେ ପାଇବେ ୧୦ ହଜାର ଟଙ୍କା

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ୨୦୧୪ରୁ ବିଭିନ୍ନ ଗ୍ରାମପଞ୍ଚାୟତରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ (ପିଏଚ୍‌ଆଇଇଭି)ମାନଙ୍କୁ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଦିଆଯାଉଥିଲା। ଏବେ ସେମାନଙ୍କ ଦରମା ୧୦ ହଜାର ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କ ବିଭିନ୍ନ ଦାବିକୁ ବିଚାରକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାରିତୋଷିକ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ଏହାଦ୍ବାରା ରାଜ୍ୟରେ ବର୍ତ୍ତମାନ ନିୟୋଜିତ ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ଉପକୃତ ହେବେ।

Share