Categories: ଜାତୀୟ

ପବନହଂସ ବିକ୍ରି ସ୍ଥଗିତ

ନୂଆଦିଲ୍ଲୀ, ୪ା୭: ପବନହଂସରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ଥଗିତ ରଖିବା ଲାଗି କେନ୍ଦ୍ର ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। ହେଲିକପ୍ଟର ସେବା ପ୍ରଦାନକାରୀ ଭାରତ ସରକାର ଏବଂ ଓଏନ୍‌ଜିସିର ମିଳିତ ଉଦ୍ୟୋଗ ପବନହଂସ ଲିଃ କିଣିବା ପାଇଁ ଷ୍ଟାର୯ ମୋବିଲିଟି ପ୍ରା.ଲିଃ ସଫଳ ବିଡ଼ର ଚୟନ ହୋଇଥିଲା। ତେବେ ଉକ୍ତ ସଂସ୍ଥା ନାଁରେ ମାମଲା ବିଚାରଧୀନ ଥିବାରୁ ଏହାକୁ ଅଯୋଗ୍ୟ ଘୋଷଣା କରାଯାଇଛି।

Share