ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି ବୋଲି ଅଭିଯୋଗ ହୋଇଆସୁଛି। ହୋଟେଲ, ଢ଼ାବା, ଜଳଖିଆ ଦୋକାନର ବାସି ଓ ଦୂଷିତ ଖାଦ୍ୟ ଖାଇ ପେଟ ରୋଗ ଓ ଅନ୍ୟାନ୍ୟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୧ବର୍ଷ ମଧ୍ୟରେ ୨୩୯ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପେଟ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେସରକାରୀ ଭାବେ ସୂଚନା ମିଳିଛି। ଖାଦ୍ୟର ଗୁଣବତ୍ତା ନେଇ ପ୍ରଶ୍ନ କଲେ କେତେଜଣ ଦୋକାନୀ ଗ୍ରାହକମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଏପରି କି ମାରପିଟ କରୁଥିତ୍ବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କେତେଜଣ ଲାଭଖୋର ଉଠା ଓ ଅସ୍ଥାୟୀ ଦୋକାନୀ ଖାଦ୍ୟକୁ ବାହାରେ ରଖୁଥିଲେ ହେଁ ଘୋଡାଉ ନାହାନ୍ତି। ଖାଦ୍ୟ ଉପରେ ମାଛି ବସିବା ସହ ରାସ୍ତାର ଧୂଳି ପଡୁଛି। ପୁଣି ଦୋକାନୀମାନେ ବ୍ୟବହାର କରୁଥିବା ପାଣି ପାତ୍ର ମାସ ମାସ ଧରି ସଫା କରାଯାଉନାହିଁ। ଅନେକ ହୋଟେଲ ଓ ଢ଼ାବାରେ ବଳକା ଖାଦ୍ୟକୁ ଦୋରନ୍ଧା କରି ବିକ୍ରି କରାଯାଉଛି। ଅପରିଷ୍କାର ପରିବେଶରେ ଖାଦ୍ୟ ରନ୍ଧା ଯାଉଛି। ଅଇଁଠା ପାତ୍ରଗୁଡିକ ଠିକ୍‌ ଭାବେ ସଫା କରା ଯାଉନାହିଁ। ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇଥିଲେ ହେଁ ଏଥିପ୍ରତି ନଜର ଦିଆଯାଉ ନାହିଁ। ପୁଣି ନିମ୍ନମାନର, କମ୍‌ ଦାମର ତେଲ ବ୍ୟବହାର ଓ ପୋଡ଼ା ତେଲକୁ ବାରମ୍ବାର ବ୍ୟବହାର ରୋଗକୁ ଆମନ୍ତ୍ରଣ କରୁଛି। ବହୁ ହୋଟେଲ, ଢ଼ାବାରେ ଭାତ ଶୀଘ୍ର ହେବା ପାଇଁ ୟୁରିଆ ସାର, ମାଂସକୁ ସତେଜ ରଖିବା ପାଇଁ ଚୂନପାଣି ବ୍ୟବହାର କରାଯାଉଛି। ସେହିଭଳି ଗୁପଚୁପ୍‌, ଦହିବରା, ଆଳୁଦମରେ ବ୍ୟବହୃତ ଦୂଷିତ ପାଣି ରୋଗ ବଢ଼ାଉଛି। ଏନେଇ ଦଶପଲ୍ଲା ଅଞ୍ଚଳର ଋ଼ଷି ପ୍ରଧାନ କୁହନ୍ତି, ୩ ଦିନ ତଳେ ନୟାଗଡ଼ର ଏକ ହୋଟେଲରେ ଆମେ କେତେଜଣ ସାଙ୍ଗ ଖାଇବାକୁ ଯାଇଥିଲୁ। ଆମ ଭାତରୁ ଚୁଟି, ତରକାରୀରୁ ପଚା ଆଳୁ ବାହାରିଲା। ବାସି ମାଛ ଦେଇଥିବାରୁ ପ୍ରତିବାଦ କରିଥିଲୁ। ହେଲେ ଦୋକାନୀ କହିଲେ ପାଟି କରନି କିଛି ଟଙ୍କା କାଟି ଦେବୁ। ହେଲେ ପରେ ମୋର ଜଣେ ସାଙ୍ଗକୁ ମାରପିଟ୍‌ କରି କ’ଣ କରୁଛ କର ବୋଲି କହି ହେଟେଲରୁ କାଢ଼ି ଦେଇଥିଲେ। ଗୋପାଳପୁରର ଉର୍ମିିଳା ନାୟକ କୁହନ୍ତି, ଗତ ୧ମାସ ତଳେ ନୟାଗଡ଼ ଟ୍ରାଫିକ ଛକରେ ଓହ୍ଲାଇ ଏକ ହୋଟେଲରେ ଖାଇଥିଲି। ହେଲେ ବାସି ଖାଦ୍ୟ ମୋତେ ଦିଆଯାଇଥିଲା। ପ୍ରତିବାଦ କରିବାରୁ କ’ଣ କରୁଛ କର କହି ମୋ ସହ ଓଲଟା ପାଟିତୁଣ୍ଡ କରି ମୋ ମୁହଁ ବନ୍ଦ କରି ଦେଇଥିଲେ। ନୟାଗଡ଼ ଗୋଲେଇ ଟ୍ରାଫିକ ଛକ ଉପରେ ଥିବା ହୋଟେଲରେ ଲଗାମ ଲଗାଇବାକୁ ରାମଚନ୍ଦ୍ର ସାହୁ ନିବେଦନ କରିଛନ୍ତି। ଭାପୁରର ଭରତ ପ୍ରଧାନ କୁହନ୍ତି, ନୟାଗଡ଼ର ଜଗନ୍ନାଥ ହୋଟେଲରୁ ତାଡିଆ ଖାଉଥିଲି। ହେଲେ ତାଡିଆ ଭିତରୁ ଅସରପା ବାହାରିଲା। କହିବାରୁ ଅସରପା ଫୋପାଡି ଦେଇ କିଛି ନୁହଁ କହି ଖାଇବାକୁ ପରାମର୍ଶ ଦେଲେ। ଏପରିକି ମୋ ସହ ପାଟିତୁଣ୍ଡ କଲେ।
ନୟାଗଡ଼ର ଉମେଶ ସାହୁ କୁହନ୍ତି ହୋଟେଲ, ଢ଼ାବା, ଜଳଖିଆ ଦୋକାନ ଉପରେ ଲଗାମ ଦେବା ପାଇଁ ସ୍ବତନ୍ତ୍ର ଆଇନ ଅଣାଯିବା ଦରକାର। ଫୁଡ୍‌ ସେଫ୍ଟି ଅଫିସର ତାଗିଦ୍‌ ଏମାନଙ୍କୁ କାଟୁ କରୁନି। ନିମ୍ନମାନର ଖାଦ୍ୟ ସାମଗ୍ରୀ ଓ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଦ୍ୟ ନଁାରେ ଲୋକଙ୍କୁ ଅଖାଦ୍ୟ ପରଷୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଦରକାର। ଚଢ଼ାଉ, ଧରପଗଡ଼ ନ ଥିବାରୁ ଜିଲାର ୬ ସହର, ୮ ବ୍ଲକରେ ଭଲ ଖାଦ୍ୟ ମିଳୁ ନାହିଁ। ନୟାଗଡ଼ର ଜଣେ ପରିବା ଦୋକାନୀ କୁହନ୍ତି, ଅଧିକାଂଶ ହୋଟେଲ, ଢ଼ାବା ଓ ଜଳଖିଆ ଦୋକାନୀ ଶସ୍ତା ପନିପରିବା କିଣନ୍ତି। ପଚା, ଶୁଖିଲା ପନିପରିବାରେ ଖାଦ୍ୟ ତିଆରି ହେଲେ ଭଲ ଖାଦ୍ୟ ଆସିବ କୁଆଡୁ। ଆମେ ମଧ୍ୟ ନାଚାର। ବ୍ୟବସାୟକୁ ଆଖି ଆଗରେ ରଖି ମୋ ପରି କେତେଜଣ ପରିବା ବ୍ୟବସାୟୀ ଏପରି ପରିବା ହୋଟେଲ ପାଇଁ ରଖିଥାଉ। ଏନେଇ ଫୁଡ୍‌ ସେଫ୍ଟି ଅଫିସର ନବ କିଶୋର ସାହୁଙ୍କୁ ପ୍ରଶ୍ନ କରିବାରୁ ସେ କିଛି ନ କହି ଏଡାଇ ଯାଇଥିଲେ । ଜନସ୍ବାସ୍ଥ୍ୟ ଅଧିକାରିଣୀ ପୁଷ୍ପା ନିଳିମା ଲାକ୍ରା କୁହନ୍ତି, ଫୁଡ ସେପ୍ଟି ଅଫିସରଙ୍କୁ କହି ସହରର ଢ଼ାବା,ହୋଟେଲ ଓ ଜଳଖିଆ ଦୋକାନର ଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯିବ। ସାମ୍ପୁଲ ସଂଗ୍ରହ ହେବ। ତ୍ରୁଟି ଥିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଗାଁକୁ ପିଇବା ପାଣି ପହଞ୍ଚାଇବା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୨୫।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି ଯେ ତାଙ୍କ ସରକାର ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ...

ଆକ୍ରମଣ ପଛରେ କେନ୍ଦ୍ରର ହାତ କହି ବିଧାୟକ ଗିରଫ

ଗୁଆହାଟୀ,୨୫।୪:ପୁଲଓ୍ବାମା ଏବଂ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ରହିଥିବା ମନ୍ତବ୍ୟ ଦେଇ ଆସାମର ଏଆଇୟୁଡିଏଫ୍‌ ବିଧାୟକ ଅମିନୁଲ ଇସ୍‌ଲାମ ଗିରଫ ହୋଇଛନ୍ତି। ଉଭୟ...

ଗାଁ ଝାଙ୍କର, ପୂଜାରୀଙ୍କୁ ଆଦିବାସୀ ସଂଘର ସମ୍ବର୍ଦ୍ଧନା

କର୍ଲାମୁଣ୍ଡା,୨୫ା୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଆଦିବାସୀ ସଂଘ ପକ୍ଷରୁ ଜନସମ୍ପର୍କ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଘ ସଭାପତି...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ଶ୍ରୀନଗର,୨୫।୪: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି। ଏନଆଇଏ ମଧ୍ୟ ଜମ୍ମୁ ଏବଂ କାଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

ପହଲଗାମ ଆତଙ୍କବାଦୀ ଆକ୍ରମଣ ରିପୋର୍ଟକୁ ନେଇ ନ୍ୟୁୟର୍କ ଟାଇମ୍ସକୁ ପାଠ ପଢାଇଲେ ଆମେରିକା ସରକାର

ନୂଆଦିଲ୍ଲୀ/ୱାଶିଂଟନ,୨୫।୪: ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image