ଆଫଗାନିସ୍ତାନକୁ ଯୁଦ୍ଧାସ୍ତ୍ର ବିକ୍ରି ବନ୍ଦ

ଓ୍ବାଶିଂଟନ୍‌,୨୦ା୮: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବାକୁ ଯାଉଥିବାବେଳେ ଆମେରିକାର ଜୋ ବାଇଡେନ୍‌ ପ୍ରଶାସନ ଏହି ଦେଶକୁ ସମସ୍ତ ଯୁଦ୍ଧାସ୍ତ୍ର ବିକ୍ରି ବନ୍ଦ କରିଛି। ଏଥିସହ ପୂର୍ବରୁ ଏ ସଂକ୍ରାନ୍ତରେ ବାକି ଥିବା କିମ୍ବା ଯୋଗାଣ ହୋଇ ନ ଥିବା ଅସ୍ତ୍ରଶସ୍ତ୍ର ଯୋଗାଣକୁ ମଧ୍ୟ ବାତିଲ କରାଯାଇଛି। ଆଫଗାନିସ୍ତାନରେ ଦ୍ରୁତ ଭାବେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିଫେନ୍ସ ସେଲ୍‌ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ବିଶ୍ୱ ଶାନ୍ତି, ଜାତୀୟ ନିରାପତ୍ତା ଏବଂ ଆମେରିକା ବହିର୍ବ୍ୟାପାର ନୀତି ଅନୁସାରେ ସମସ୍ତ ବାକିଥିବା ଅସ୍ତ୍ରଶସ୍ତ୍ର ପ୍ରଦାନ, ଲାଇସେନ୍ସ ଏବଂ ଅନ୍ୟାନ୍ୟ ଅନୁମୋଦନର ସମୀକ୍ଷା କରୁଥିବା ରାଜନୈତିକ ଓ ସାମରିକ ବ୍ୟାପାର ବ୍ୟୁରୋ ପକ୍ଷରୁ ଜାରି ଏକ ନୋଟିସ୍‌ କୁହାଯାଇଛି। ଆଗାମୀ ଦିନରେ ପ୍ରତିରକ୍ଷା ଉପକରଣ ରପ୍ତାନି ନିମନ୍ତେ ଅପଡେଟ୍‌ ଜାରି କରାଯିବ ସେଥିରେ ଦର୍ଶାଯାଇଛି।

Share