ସଲମାନଙ୍କ ଏହି ଅଭିନେତ୍ରୀ ଏବେ ୩ ପିଲାର ମା’, ଆଜି ବି କମିନି ଗ୍ଲାମର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ବିଜୟଲକ୍ଷ୍ମୀ, ଯିଏ କି ରମ୍ଭା ନାମରେ ବେଶ୍‌ ଜଣାଶୁଣା ସେ ୧୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ପରିବାରକୁ ଅଧିକ ଧ୍ୟାନ ଦେଉଛନ୍ତି। ସେ ଆଉ କେହି ନୁହନ୍ତି, ସଲମାନଙ୍କ ସହ ଅଭିନୟ କରିଥିବା ରମ୍ଭା। ସେ ସଲମାନଙ୍କ ସହ ଜୁଡଓ୍ବା ଏବଂ ବନ୍ଧନ ଫିଲ୍ମରେ ଅଭିନୟ କରିଥିଲେ। ଏବେ ରମ୍ଭା ଟିକେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ସତ ମାତ୍ର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ଆଜିକାଲି ସେ ବାହମାସରେ ପରିବାର ସହ ଛୁଟି ମନାଉଥିବା ଦେଖିବାକୁ ମିଳିଛି। ସ୍ବାମୀ ଏବଂ ୩ ପିଲାଙ୍କ ସହ ସେ ଛୁଟି ମନାଉଥିବା ସମୟର ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ବହୁଦିନ ପରେ ପରିବାର ସହିତ ଛୁଟି କାଟିବାକୁ ଆସିଛି।

ରମ୍ଭା ଅନେକ ତାମିଲ, ତେଲୁଗୁ ବ୍ୟତୀତ ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ‘ଜଲ୍ଲାଦ’ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ସଲମାନଙ୍କ ସହ ଜୁଡ୍‌ଓ୍ବା ଏବଂ ବନ୍ଧନରେ ବି ଅଭିନୟ କରିଥିଲେ।ତାଙ୍କ ଅଭିନୀତ ଫିଲ୍ମକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।
ଖାଲି ଏତିକି ନୁହେଁ, ସେ ମାଲାୟାଲମ, ହିନ୍ଦୀ, କନ୍ନଡ, ବଙ୍ଗାଳୀ ଏବଂ ଭୋଜପୁରୀ ଭାଷାରେ ଅନେକ ସଫଳ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏବେ ୪୫ ବର୍ଷରେ ବର୍ଷରେ ତିନି ସନ୍ତାନର ମା’ ହୋଇଛନ୍ତି। ଆଜି ବି ତାଙ୍କର ଗ୍ଲାମର କମିନି। ସେ ଫିଟ୍‌ ଏବଂ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Share