ସଲମାନଙ୍କୁ ଜୋରରେ ଲାଗିଲା ଭୋକ: କଲେ ଏମିତି

ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜ ଫିଟନେସ୍‌ ପାଇଁ ଜଣାଶୁଣା। ସଲମାନ ନିଜ ଡାଏଟକୁ ନେଇ ବେଶ୍‌ ସଚେତନ। ପ୍ରତିଦିନ ସେ ଜିମ୍‌ ଯିବାକୁ ଭୁଲନ୍ତି ନାହିଁ। କିନ୍ତୁ ଯଦି ସଲ୍ଲୁ କେବେ ଭୋକିଲା ଥାନ୍ତି ସେତେବେଳେ ସେ ଡାଏଟ୍‌ ସହ ଜଡିତ ସମସ୍ତ ନିୟମ ଭୁଲିଯାଆନ୍ତି। ଥରେ ଏଭଳି କିଛି କାମ କରିଥିଲେ ସେ। ନିକଟରେ ସେ ଜିଓ ୱାଲର୍‌ଡ ଡ୍ରାଇଭକୁ ଯାଇଥିଲେ। ହଠାତ୍‌ ତାଙ୍କୁ ଜୋର୍‌ରେ ଭୋଗ ଲାଗିଥିଲା। ଏହା ପରେ ସେ ପାଖରେ ଥିବା କ୍ୟାଣ୍ଟିନ୍‌ ଭିତରକୁ ପଶି ୩ଟି ସିଙ୍ଗା ଖାଇଦେଇଥିଲେ। କ୍ୟାଣ୍ଟିଲେ ସଲମାନଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସଲମାନ ଖାନ ଖୁବ ଶୀଘ୍ର ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହ ଫିଲ୍ମ ‘ଅନ୍ତିମ’ରେ କାମ କରୁଥିବା ଦେଖିବାକୁ ମିଳିବ। ଏହି ଫିଲ୍ମରେ ସଲମାନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଆୟୁଷ ଶର୍ମା ଏକ ନକାରାତ୍ମକ ଭୂମିକାରେ ନଜର ଆସିବେ। ଫିଲ୍ମରେ ଉଭୟଙ୍କର ଏକ ଜବରଦସ୍ତ ଚରିତ୍ର ଦେଖାଯାଇଛି ଏବଂ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି।

Share