ବନ୍ଦ ହେବାକୁ ଯାଉଛି ୧୮୯୦ରୁ ସେବା ଯୋଗାଉଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ

ସମ୍ବଲପୁର,୧୦ା୩(ବ୍ୟୁରୋ): ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍‌ ୧୮୯୦ରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ ଚିଫ୍‌ ଅପରେଶନ ମ୍ୟାନେଜରଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି। ସମ୍ବଲପୁର-ଅନୁଗୋଳ ରେଳପଥ ଦୋହରୀକରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ପୂର୍ବରୁ ୧୯୯୨-୯୩ରେ ଷ୍ଟେଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବିରୋଧ କରାଯିବାରୁ ଏହାକୁ ସ୍ଥଗିତ ରଖାଯାଇ ଷ୍ଟେଶନ ଭିତ୍ତିଭୂମିର ବିକାଶ କରାଯାଇଥିଲା। ବର୍ତ୍ତମାନର ଏହି ନିଷ୍ପତ୍ତି ପ୍ରଚାର ହେବା ପରେ ଜନ ଅସନ୍ତୋଷ ଦେଖାଦେଇଛି।
ପ୍ରାୟ ୧୨୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ଐତିହାସିକ ଷ୍ଟେଶନ ବନ୍ଦ ହେବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମେ ଡାକ ଓ ସାମଗ୍ରୀ ନେବା ପାଇଁ ଏହି ଷ୍ଟେଶନକୁ ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଟ୍ରେନ ରହଣି ହେବାରୁ ଯାତ୍ରୀମାନଙ୍କ ଯାତାୟାତ ସୁବିଧା କରାଯାଇଥିଲା। ସହରର ମୁଖ୍ୟ ସ୍ଥାନରେ ଷ୍ଟେଶନ ଥିବାରୁ ରାତିଅଧରେ ମଧ୍ୟ ଲୋକେ ଯିବାଆସିବାରେ ସୁରକ୍ଷିତ ମନେକରନ୍ତି। ଏବେ ଷ୍ଟେଶନରେ ଟିକେଟ କାଉଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ ଭଳି ସମସ୍ତ ସୁବିଧା ରହିଛି। ତେଣୁ କେବଳ ସମ୍ବଲପୁର ନୁହେଁ, ଆଖପାଖ ଜିଲାବାସୀ ମଧ୍ୟ ଏହି ଷ୍ଟେଶନ ଉପରେ ନିର୍ଭର କରନ୍ତି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁର-ଅନୁଗୋଳ ରେଳପଥ ୧୯୯୮ରେ ଆରମ୍ଭ ହୋଇଥିଲା। ଗୋଟିଏ ରେଳ ଲାଇନ୍‌ରେ ଏବେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି। ପ୍ରତିଦିନ ହାରାହାରି ୩୦ରୁ ଅଧିକ ଟ୍ରେନ ଯିବାଆସିବା କରିଥାଏ। ସମ୍ବଲପୁର ରେଳମଣ୍ଡଳର ପ୍ରମୁଖ ବ୍ୟବସାୟ ସ୍ଥଳ ହେଉଛି ଅନୁଗୋଳ। ଏହି ଷ୍ଟେଶନରୁ ଅଧିକ ରାଜସ୍ବ ଆଦାୟ ହୋଇଥାଏ। ଗୋଟିଏ ଲାଇନ୍‌ ଥିବାରୁ ମାଲବାହୀ ଟ୍ରେନ ଓ ଯାତ୍ରୀ ଟ୍ରେନ ଯିବାଆସିବାରେ ସମସ୍ୟା ହେଉଛି। ଯଦି ମାଲ ପରିବହନ ଟ୍ରେନକୁ ଅଗ୍ରାଧିକାର ଦିଆଯାଉଛି ତା’ହେଲେ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଏଭଳି ସମସ୍ୟା ଯୋଗୁ ସମ୍ବଲପୁର-ଅନୁଗୋଳ ରେଳପଥକୁ ଦୋହରୀକରଣ ଓ ଉନ୍ନତୀକରଣ ଯୋଜନା କରି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଦୋହରୀକରଣ କାମ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ବସିଲାଣି। ହେଲେ ସମ୍ବଲପୁର ରୋଡ୍‌ ଷ୍ଟେଶନ ବାଧା ସୃଷ୍ଟି କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଅମରଙ୍କ ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡାଇ, ନବୀନଙ୍କୁ ଟାର୍ଗେଟ କରି କହିଦେଲେ ଏତେ ବଡ଼କଥା!

ଭୁବନେଶ୍ୱର,୧୮।୧୦: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜିତ ହୋଇଛି ବିଜେଡି। ଓଡ଼ିଶାରୁ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଏବେ ଅନ୍ତ କନ୍ଦଳ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮।୧୦: ପୁରୀରେ ପୁଣି ବୁଲିଲା ଭୁଜାଲି। କୌଣସି ସାଧାରଣ ଲୋକ ନୁହେଁ ଦୁର୍ବୃତ୍ତ ଜଣେ ସେବାୟତଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି। ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri