୭ ହଜାର ଶାମୁକାରେ ପ୍ରଭୁ ଗଜାନନଙ୍କ ବାଲୁକା କଳା ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ,୧୦ା୯: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି। ପ୍ରଥମଥର ସେ ୭ ହଜାର ଶାମୁକା ନେଇ ପୁରୀ ବେଳାଭୂମିରେ ପ୍ରଭୁ ଗଜାନନଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି। ଏହା ଖୁବ୍‌ ସୁନ୍ଦର ହୋଇଛି। ତାଙ୍କର ଏହି କଳା ଦେଖି ଲୋକେ ପ୍ରଶଂସା କରିଛନ୍ତି।

ଏହି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ସମସ୍ତଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇବା ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଛନ୍ତି।

Share