୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚନ୍ଦନ କାଠ ଜବତ: ୩ ଗିରଫ

କଟକ ଅଫିସ,୪ା୧୨: କଟକ ଜିଲା ଟାଙ୍ଗୀ ପୋଲିସ ଷ୍ଟେଶନ ଅଧୀନ ଦଳଯୋଡି ଜଙ୍ଗଲରୁ ଶୁକ୍ରବାର ଲକ୍ଷାଧିକ ଟଙ୍କାର ଚୋରା ଚନ୍ଦନ କାଠ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ଟିମ୍‌ ଚଢ଼ାଉ କରି ଉକ୍ତ କାଠ ଜବତ କରିଥିବା ଜଣାପଡ଼ିଛି।