କୋକସରା, ୯।୭ (ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସଦର ଗଁାକୁ ସରପଞ୍ଚ କହ୍ନେଇ ଚରଣ ଦାସ ଗୁରୁବାର ଶଟ୍ଡାଉନ ଘୋଷଣା କରିଛନ୍ତି। ସଂକ୍ରମଣ ଏଡ଼ାଇବା ପାଇଁ ଶଟ ଡାଉନ କରାଯାଇଥିଲେ ବି ଜରୁରିକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁସାରେ ଲଡୁଗଁାରେ ଅନେକ ଶିଳ୍ପାନୁଷ୍ଠାନ ସହ ୧୧ଟି ରାଇସ୍ ମିଲ୍, ଦୋକାନ ବଜାର ରହିଛି । ପ୍ରତିଦିନ ଏଠାକୁ ହଜାର ହଜାର ଲୋକଙ୍କ ଆତଯାତ ରହିଥାଏ। ତେବେ ଲୋକେ କୋଭିଡ୍ କଟକଣାକୁ ମାନୁ ନ ଥିବାରୁ ଏଠାରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଆଗକୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସରପଞ୍ଚ ଦାସ କହିଛନ୍ତି। ସକାଳ ୭ଟାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ଓ ଅପରାହ୍ନ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶଟ୍ଡାଉନ ଘୋଷଣା କରାଯାଇଛି।