୧୦ ଦିନିଆ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଉମରକୋଟ,୨୮ା୪: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଝରିଗାଁ ବ୍ଲକ୍‌ରୁ ୭୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରେ ଧୋଡ୍ରା ପଞ୍ଚାୟତରୁ ୫ ଜଣ ରହିଛନ୍ତି। ସଂକ୍ରମଣକୁ ରୋକିବା ନେଇ ସରପଞ୍ଚ ବେଲ ମାଝି ପଞ୍ଚାୟତକୁ ୧୦ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ବଜାର ବନ୍ଦ ରହିବ। ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଞ୍ଚାୟତ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇଛି।

Share