ଭୋଟ ପୂର୍ବରୁ ଚାଲିଗଲା ସରପଞ୍ଚ ପ୍ରାର୍ଥୀଙ୍କ ଜୀବନ, ନିର୍ବାଚନ ସ୍ଥଗିତ

ବରଗଡ଼ ଅଫିସ,୧୬।୨ : ବରଗଡ଼ ଜିଲାରେ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୃଦଘାତରେ ପରଲୋକ ହୋଇଛି। ସେ ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ ପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଆକସ୍ମିକ ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
ଏ ନେଇ ନିର୍ବାଚନକୁ ସ୍ଥଗିତ ରଖାଯାଇଛି।

Share