ସରପଞ୍ଚ ପ୍ରାର୍ଥୀ ହେଲେ ଏମ୍‌ବିଏ ଛାତ୍ର

ଉମରକୋଟ, ୨୨।୧(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ଜଣେ ଏମବିଏ ପଢୁଥିବା ଛାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ହେଲେ ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତର କ୍ରିଷ୍ଣା ପୂଜାରୀ (୨୩)।
କ୍ରିଷ୍ଣା ଭୁବନେଶ୍ୱରର ଏକ ଘରୋଇ କଲେଜରେ ଏମ୍‌ବିଏ କରୁଛନ୍ତି। ସେ ଏବେ ରାଜପୁର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜପୁର ପଞ୍ଚାୟତର ଦୁରବସ୍ଥା ତାଙ୍କୁ ରାଜନୀତିରେ ପାଦ ଥାପିବାକୁ ବାଧ୍ୟ କରିଥିବା କ୍ରିଷ୍ଣା କହିଛନ୍ତି। ରାଜପୁର ଏକ ଅନୁନ୍ନତ ଅଞ୍ଚଳ ହୋଇଥିବା ବେଳେ ବିଭିନ୍ନ ସମୟରେ ଏଠାରେ ନିର୍ବାଚିତ ସରପଞ୍ଚ ସ୍ଥାନୀୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଏବେ ମଧ୍ୟ ଏଠାକାର ଲୋକେ ରାସ୍ତା, ବିଜୁଳି, ସ୍ବାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ। ସରପଞ୍ଚ ହେଲେ ସେ ଏ ଅଞ୍ଚଳରେ ସମସ୍ୟାର ସମାଧାନ କରିବା ପାଇଁ ଆଶା ରଖିଛି ବୋଲି କ୍ରିଷ୍ଣା କହିଛନ୍ତି।

Share