କାକଟପୁର,୨ା୮(ଡି.ଏନ୍.ଏ.): ପୁରୀ ଜିଲାରେ ଏବେ କରୋନା କାୟାବିସ୍ତାର କରିଚାଲିଛି। ପ୍ରତିଦିନ ବହୁମାତ୍ରାରେ ରୋଗୀଙ୍କ ସଂଖ୍ୟା ବଢୁଛି। ସହରରୁ ଏବେ ଗାଁ ମୁହାଁ ହୋଇଛି ଏହି ଭୂତାଣୁ। କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ କାକଟପୁର ଅଞ୍ଚଳକୁ ଶଟ୍ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ସୌଦାମିନୀ ବରାଳ। ଏହି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ରବିବାର ଏନେଇ କାକଟପୁର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ ବସିଥିଲା। ପରେ ଶଟ୍ଡାଉନ୍ ନିଷ୍ପତ୍ତି ନିଆଯାଇଥିଲା। ତେବେ ସରପଞ୍ଚ ଜିଲାପାଳ କ୍ଷମତା ବ୍ୟବହାର କରି କାକଟପୁର ବଜାରକୁ ରବିବାର ସନ୍ଧ୍ୟା ୫ଟାରୁ ୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶଟ୍ଡାଉନ୍ ରହିବ। ପରେ ସ୍ଥିତି ଦେଖି ୬ ତାରିଖ ବୈଠକରେ ଆଉ ଯାହା ନିଷ୍ପତ୍ତି ନିଆଯିବ। ସେହିପରି ଲତାହାରଣ ପଞ୍ଚାୟତରେ ୫ ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।