ବ୍ୟାଙ୍କ କଲୋନୀକୁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଛତ୍ରପୁର,୧ା୭(ଡି.ଏନ୍‌.ଏ.)-ଛତ୍ରପୁର ଏନ୍‌ଏସିରେ ୬ ଦିନିଆ ଶଟ୍‌ଡାଉନ୍‌ ବଳବତ୍ତର ରହିଛି ା ବୁଧବାର ଶଟ୍‌ଡାଉନ୍‌ର ଦ୍ୱିତୀୟ ଦିବସରେ ମଧ୍ୟ ହାତଗଣତି ଔଷଧ ଦୋକାନ ଖୋଲାରହିଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ା ଲୋକେ ଘରୁ ବାହାରି ନ ଥିବା ଦେଖାଯାଇଥିଲା। ସେପଟେ କଣ୍ଟେନମେଣ୍ଟ ଜୋନ୍‌ ବାରାକ ସାହି ଓ କଳ୍ପବାସୀ ନଗର ସମେତ ବଫର ଜୋନ୍‌ ଘୋଷିତ ସାହିଗୁଡିକରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଓ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ା ଅନ୍ୟପକ୍ଷରେ ଏନ୍‌ଏସି ସଂଲଗ୍ନ ବ୍ୟାଙ୍କ କଲୋନୀରେ ବୁଧବାର ଜଣେ ପୋଲିସ କନେଷ୍ଟବଳ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି ା ତେଣୁ ଉକ୍ତ ଅଞ୍ଚଳର ତଥା ଅଗସ୍ତିନୂଆଗାଁ ସରପଞ୍ଚ ପି. ସିମାଦ୍ରୀ ବ୍ୟାଙ୍କ କଲୋନୀକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୭ ଦିନ ପର୍ଯ୍ୟନ୍ତ ବାହାର ଲୋକେ କେହି ଉକ୍ତ ଅଞ୍ଚଳକୁ ଏବଂ ସେଠାରୁ କେହି ବାହାରକୁ ଆସିବେନି ବୋଲି ସରପଞ୍ଚ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବ୍ୟାଙ୍କ କଲୋନୀକୁ ସିଲ କରାଯାଇଛି ା

Share