ମୃତ ଗାଈକୁ ଘୋଷାଡ଼ିଲା ଏନ୍‌ଏଚ୍‌ଏଆଇ ଗାଡ଼ି

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ହିନ୍ଦୁ ଧର୍ମରେ ଗୋମାତାଙ୍କୁ ପୂଜା କରାଯାଉଥିବା ବେଳେ ଏକ ମୃତ ଗାଈକୁ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ି ନିଆଯିବା ଦୃଶ୍ୟ ଆଘାତ ଦେଇଛି। ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖାଯାଇଛି। ଏହାର ଭିଡିଓ ପାଇବା ପରେ ଗାଡ଼ି ଚାଳକ ଓ ରାଜପଥ ସଫେଇ ଦାୟିତ୍ୱ ନେଇଥିବା ସୁପରଭାଇଜରଙ୍କୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି। ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ରବିବାର ରାତିରେ କୌଣସି ଗାଡି ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଥିଲା। ସୋମବାର ସକାଳେ ରାସ୍ତାରୁ ମୃତ ଗାଈ ହଟାଇବା ପାଇଁ ହାଇୱେ ପାଟ୍ରୋଲିଂ ଗାଡ଼ି ଆସିଥିଲା। ଉକ୍ତ ଗାଡ଼ି ପଛପଟେ ଦଉଡ଼ିରେ ମୃତ ଗାଈ ବାନ୍ଧି ଜାତୀୟ ରାଜପଥରେ ପ୍ରାୟ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନିଆଯାଇଥିଲା। ଏହାକୁ ବୁଦ୍ଧିଜୀବୀ ଓ ବଜରଙ୍ଗ ଦଳ ପକ୍ଷରୁ ବିରୋଧ କରାଯିବାରୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଗକୁ ଏପରି ଘଟଣାର ପୁନରାବୃତ୍ତି ହେବନି ବୋଲି ସେ କହିଛନ୍ତି।

Share