ଲକ୍‌ଡାଉନ୍‌ ପରଠାରୁ ବିଦ୍ୟାଳୟରେ ତାଲା

ଦାରିଙ୍ଗବାଡ଼ି,୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ଦୁର୍ଗମ ତଜଡ଼ବାଡ଼ି ଗାଁକୁ ସବୁଦିନିଆ ରାସ୍ତାଟିଏ ନ ଥିବାବେଳେ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେହିପରି ପିଇବା ପାଣିର ଅଭାବ ସାଙ୍ଗକୁ ଅଙ୍ଗନଓ୍ବାଡ଼ି ଶିଶୁଙ୍କ ପାଇଁ କେନ୍ଦ୍ରଟିଏ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘାଟି ଜଙ୍ଗଲ ପଥୁରିଆ ରାସ୍ତା ପାର୍‌ ହୋଇ ୪ କି.ମି. ଦୂରତାରେ ରହିଥିବା ମେଡୁବାଡ଼ି ଗ୍ରାମକୁ ଶିଶୁମାନେ ପଢ଼ିବାକୁ ଯାଉଛନ୍ତି। ଏସମସ୍ତ ଅସୁବିଧାର ସମାଧାନ କାରିବା ପାଇଁ ଗ୍ରାମବାସୀ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଏବଂ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଲୁଦୁବାନ୍ଦାଠାରୁ କଣ୍ଡାବାଡ଼ି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା ସମ୍ପ୍ରସାରଣ ଜରୁରୀ, ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନ ଥିବାରୁ ଗର୍ଭବତୀ ଏବଂ ରୋଗୀଙ୍କୁ ଚିକତ୍ସା ପାଇଁ ଖଟିଆ ଭରସା ହେଉଥିବା ଗ୍ରାମବାସୀ କହିଛନ୍ତି। ସେହିପରି ପୂର୍ବରୁ ତଜଡ଼ବାଡ଼ି ଠାରେ ବିଦ୍ୟାଳୟ ଚାଲୁଥିବା ବଙ୍କଳ ଲକ୍‌ଡାଉନ୍‌ ପରଠାରୁ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ଏହାର କାରଣ ଗ୍ରାମବାସୀଙ୍କୁ ଜଣାଯାଉ ନ ଥିବାରୁ ପାଠ ନ ପଢ଼ି ଛାତ୍ରୀଛାତ୍ର ଘରେ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ସବୁର ସମାଧାନ ଶୀଘ୍ର କରାଯିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Share