ଅସ୍ଥାୟୀ କୋଠାରେ ୧୫ ବର୍ଷ ଧରି ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ, ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ଲକ୍ଷ୍ୟ

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିସହ ଗୁରୁବାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ସଭାପତିତ୍ୱ କରି କହିଥିଲେ ଯେ, ଅସ୍ଥାୟୀ କୋଠାରେ ବିଦ୍ୟାଳୟ ଆଜକୁ ୧୫ ବର୍ଷ ହେବ ଚାଲିଛି। ତେଣୁ କିଛିଟା ସମସ୍ୟା ରହୁଛି। ସ୍ଥାନୀୟ ଶିଳ୍ପ ତାଲିମ କେନ୍ଦ୍ର ସମ୍ମୁଖରେ ବିଦ୍ୟାଳୟର ସ୍ଥାୟୀ କୋଠା ପାଇଁ ଜମି ମିଳିଛି। ଚଳିତ ବର୍ଷ ତାହାର କାମ ଆରମ୍ଭ ଲକ୍ଷ୍ୟ ରଖାଯାଇଛି। ବିଦ୍ୟାଳୟ କାମ ଆରମ୍ଭ ହେଲେ ଦୁଇରୁ ତିନି ବର୍ଷ ମଧ୍ୟରେ କାମ ସରିଯିବ। ଏହାପରେ ଯୁକ୍ତ ୨ ସେଠାରେ ଆରମ୍ଭ କରାଯିବ । ଛାତ୍ରୀଛାତ୍ର ପରୀକ୍ଷା ଫଳ ଯାହା କରିଛନ୍ତି ଭଲ କରିଛନ୍ତି। ମାର୍କ ସବୁ କିଛି ନାହିଁ। ସେମାନଙ୍କର ଜ୍ଞାନ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପଛରେ ଅଭିଭାବକ ଏବଂ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତଙ୍କ ମଧ୍ୟରେ ସମନ୍ବୟ ରଖି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ବଳ କରାଯିବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଅଧ୍ୟକ୍ଷ। ଶିକ୍ଷୟିତ୍ରୀ
ଶ୍ରଦ୍ଧାଞ୍ଜଳି ଖୁଣ୍ଟିଆ କହିଥିଲେ ଚଳିତ ବର୍ଷ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ପୁସ୍ତକ ବଦଳିଛି। ଖୁବ୍‌ଶୀଘ୍ର ବଜାରକୁ ବହି ଆସିଯିବ। ଏହାପରେ ଅଭିଭାବକମାନେ ପୁସ୍ତକ କିଣିବେ। ଛାତ୍ରୀଛାତ୍ର ଦୈନନ୍ଦିନ ଜୀବନରେ କିଛିଟା ନୀତି ନିୟମ ପାଳନ କରିବାକୁ ପଡ଼ିବ। ସୁଷମ ଖାଦ୍ୟ ବ୍ୟବହାର କରିବାକୁ ପଡ଼ିବ। ଖାଦ୍ୟରେ ତେଲର ପରିମାଣ କମାଇବାକୁ ପଡ଼ିବ। ଶିଶୁ ଭଲ କାମ କରିବା ସମୟରେ ଅଭିଭାବକମାନେ ତାଙ୍କୁ ଉତ୍ସାହିତ କରିବାକୁ ପଡ଼ିବ। ତାହାହେଲେ ଯାଇ ସେମାନଙ୍କ ଆଗ୍ରହ ଆହୁରି ବଢ଼ିବ। ମୋବାଇଲଠାରୁ ଶିଶୁକୁ ଦୂରେଇ ରଖିବାକୁ ପଡ଼ିବ। ଅଭିଭାବକମାନେ ମଧ୍ୟ ଶିଶୁ ସମ୍ମୁଖରେ ମୋବାଇଲ କମ୍‌ ବ୍ୟବହାର କରିବାକୁ ପଡ଼ିବ। ନଚେତ ତାହାର ପ୍ରଭାବ ଶିଶୁ ଉପରେ ପଡ଼ିବ ବୋଲି ଶିକ୍ଷୟିତ୍ରୀ ଖୁଣ୍ଟିଆ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନ, ଅଜୟ ରାଜ ଜିଜ୍ଞାସୁ, ଶିକ୍ଷୟିତ୍ରୀ ମାନସୀ ସ୍ବାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିଦ୍ୟାଳୟର ଉନ୍ନତି ପାଇଁ ଅଭିଭାବକଙ୍କ ସହଯୋଗ କାମନା କରିଥିଲେ। ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ଅଭିଭାବକମାନେ ବିଦ୍ୟାଳୟକୁ ସୂଚିତ କରନ୍ତୁ। ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ବରଯାତ୍ରୀ ଗାଡ଼ି: ଡ୍ରାଇଭର ମୃତ, ୬ ଗୁରୁତର

କୋକସରା,୨୧ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କଳାହାଣ୍ଡି ଜିଲା କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ଶୁକ୍ରବାର ଏକ ବରଯାତ୍ରୀ ଗାଡି ଭାରସାମ୍ୟ...

କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼,୨୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରେ ଅବହେଳା କାରଣରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ୫ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ...

କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ସ୍ବାସ୍ଥ୍ୟ ପରୀକ୍ଷା କଲେ…

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।...

ବିଦେଶୀମାନଙ୍କୁ ବେଆଇନ ସିମ କାର୍ଡ ବିକ୍ରି, ଗୋପାଳପୁର ପୋର୍ଟ କର୍ମଚାରୀ ସମେତ ୨ଗିରଫ

ଛତ୍ରପୁର,୨୧।୩(ସନ୍ତୋଷ ପାଢ଼ୀ ): ଗୋପାଳପୁର ପୋର୍ଟକୁ ଜାହାଜରେ ଆସୁଥିବା ବିଦେଶୀମାନଙ୍କୁ ବେଆଇନ ଭାବେ ସିମ ବିକ୍ରି ମାମଲାରେ ଗଞ୍ଜାମ ଜ଼ିଲା ଆର୍ଯ୍ୟପଲ୍ଲୀ କତୁରୁ ଅଞ୍ଚଳର ଦୁଇଜଣ...

ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଦବଙ୍ଗଗିରି, ଚାଷୀଙ୍କୁ ମାରପିଟ୍‌, ଚାପା ଉତ୍ତେଜନା

ବରଗଡ଼, ୨୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଜରିମୂଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ବିଦ୍ୟୁତ ବିଭାଗର ଜଣେ କନିଷ୍ଠ...

୧୭ ବର୍ଷ ପରେ ଧରିଲା ଭିଜିଲାନ୍ସ

ବଲାଙ୍ଗୀର,୨୧।୩(ସୁନୀଲ କୁମାର ମହାନ୍ତି): ୧୭ ବର୍ଷ ପରେ ଗିରଫ ହେଲେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ ବିନାୟକ ଗଡ଼ନାୟକ। ୨୦୦୮ ମସିହାରେ ଗଡ଼ନାୟକଙ୍କ...

୧୧ଦିନ ପରେ ମିଳିଲା ନିଖୋଜ ଶିଶୁର ମୃତ ଶରୀର ଠାବ କଲା ପୋଲିସ

ରାୟଗଡା,୨୧।୩( ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଏକ ୧୩ମାସର ଶିଶୁ ପୁତ୍ରର ମୃତ...

କେସିଙ୍ଗା ତହସିଲଦାରଙ୍କ ନେତୃତ୍ୱରେ ସିରଜାପାଲିରେ ଉଚ୍ଛେଦହେଲା ଜବରଦଖଲ

କେସିଙ୍ଗା,୨୧.୩(ତୁମେଶର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ପ୍ରାୟ ୩୦୦ ଏକର ଗୋଚର ଭୂମିକୁ ଲୋକେ ଜବରଦଖଲ କରି ଚାଷ କରୁଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image