ସ୍କୁଲରେ ମାସ୍କ ବିନା ଏଣ୍ଟ୍ରି ନାହିଁ

ଲଣ୍ଡନ,୩।୧- ବ୍ରିଟେନରେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସେକେଣ୍ଡାରି ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରବିବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଛାତ୍ରୀଛାତ୍ର ସେଫ୍ଟି ମାସ୍କ ପରିଧାନ କରିବା ସହ ଅନ୍‌-ସାଇଟ୍‌ ରାପିଡ୍‌ ଟେଷ୍ଟ କରାଇବେ। ଏଥିସହ ଭାକ୍ସିନ ମଧ୍ୟ ନେବେ। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ପିଲାଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉଥିବାରୁ ଏହି ପଦକ୍ଷେପ ସ୍କୁଲଗୁଡ଼ିକରେ ଶିକ୍ଷାଗ୍ରହଣରେ ବ୍ୟାଘାତ ଦୂର କରିବ ବୋଲି ବ୍ରିଟେନ ଶିକ୍ଷା ସଚିବ ନଧିମ ଜହାଓ୍ବି କହିଛନ୍ତି।

Share