କ୍ରୀଡ଼ା ଶିକ୍ଷକ ଚଳାଉଛନ୍ତି ବିଦ୍ୟାଳୟ

ଆରଡ଼ି, ୩।୬(ଡି.ଏନ.ଏ.) ଗଁାରେ ଶିକ୍ଷାରେ ବିକାଶ ହେବ। ଏହି ଲକ୍ଷ୍ୟ ନେଇ ଗ୍ରାମବାସୀ ୧୯୮୧ରେ ଖୋଲିଥିଲେ ଏକ ଉଚ୍ଚ ବିଦ୍ୟାଳୟ। ସ୍ଥାନୀୟ ଅଞ୍ଚଳ ତଥା ଜିଲାର ବାସୁଦେବପୁର ଅଞ୍ଚଳର ଶିକ୍ଷିତ ଯୁବକମାନେ ଏଠାରେ ନିଯୁକ୍ତି ପାଇ ଶିକ୍ଷାଦାନ କରୁଥିଲେ। ବହୁ ମେଧାବୀ ଛାତ୍ରୀଛାତ୍ର ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୟାନୁସାରେ ନିଯୁକ୍ତ ହୋଇଥିବା ଶିକ୍ଷକମାନେ ଅବସର ନେଇ ଗଲେଣି। ସରକାରୀ କଟକଣା ଯୋଗୁ ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ। ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ବିଦ୍ୟାଳୟ ହେଉଛି ଭଦ୍ରକ ଜିଲା ଧାମନଗର ବ୍ଲକର ପାଳସାହି ପଞ୍ଚାୟତ ସାହୁସାହି ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାଳୟ। ବିଦ୍ୟାଳୟ ନିର୍ମିତ ହେବାକୁ ୪୧ ବର୍ଷ ବିତିଲାଣି। ହେଲେ ଏଯାଏ ମିଳିନି ସରକାରୀ ମାନ୍ୟତା। ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ପ୍ରାୟ ୫୦। କ୍ରୀଡ଼ା ଶିକ୍ଷକ ଅଜୟ କୁମାର ସାହୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି। ତାଙ୍କୁ ଛାଡ଼ିଦେଲେ ଜଣେ କିରାଣି ଓ ୨ଜଣ ପିଅନ ଥିଲେ। ଗତମାସ ୩୧ତାରିଖରେ ଜଣେ ପିଅନ ଅବସର ନେଇଛନ୍ତି। ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା କରି ଅଭିଭାବକମାନେ ୩ ଘରୋଇ ଶିକ୍ଷକଙ୍କୁ ପାରିଶ୍ରମିକ ଦେଇ ବିଦ୍ୟାଳୟ ଚଳାଉଛନ୍ତି। କରୋନା ମହାମାରୀ ପୂର୍ବରୁ ବିଦ୍ୟାଳୟରେ ଗେଷ୍ଟ ଟିଚରମାନଙ୍କୁ ଏଠାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଦୁଇବର୍ଷ ହେଲା ଏପରି ବ୍ୟବସ୍ଥା ବି ବନ୍ଦ ହୋଇଯାଇଛି। ଅଭିଭାବକମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ଏଣୁ ଘରୋଇ ଶିକ୍ଷକମାନଙ୍କୁ ମାସିକ ପାରିଶ୍ରମିକ ଦେବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। କେଉଁ ମୁହୂର୍ତ୍ତରେ ବି ବିଦ୍ୟାଳୟ ବନ୍ଦ ହୋଇଯିବାର ଅଶଙ୍କା ରହିଛି। ସ୍ଥାୟୀ ସମାଧାନ ନିମନ୍ତେ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଏବଂ ସାମୟିକ ଭାବେ ଗେଷ୍ଟ ଟିଚର ନିଯୁକ୍ତି ଲାଗି ଦାବି କରାଯାଇଛି। ଯେଉଁ ଘରୋଇ ଶିକ୍ଷକ ଏବେ ଶିକ୍ଷାଦାନ କରୁଛନ୍ତି, ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ଏହି ବିଦ୍ୟାଳୟରେ ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଶିକ୍ଷକ ନିଯୁକ୍ତି ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି, ସରକାରୀ ନିୟମରେ ଏବେ ଶିକ୍ଷକ ନିଯୁକ୍ତି ଦିଆଯାଇପାରିବ ନାହିଁ। ତେବେ ଯଥାସମ୍ଭବ ଗେଷ୍ଟ ଟିଚର ଯୋଗାଇ ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri