Categories: ରାଜ୍ୟ

ପୂଜାଛୁଟି ପରେ ଖୋଲିପାରେ ସ୍କୁଲ୍‌: ବିଦ୍ୟାଳୟ ପରିସର ସଫା ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮ା୧୦(ବ୍ୟୁରୋ)-  ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ୍‌ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସ୍କୁଲ ପରିସର ସଫେଇ ସହ ସ୍କୁଲ୍‌ ଭିତ୍ତିଭୂମି ସଜାଡ଼ିବା, ଶିକ୍ଷକଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବା ଏବଂ ଏମ୍‌ଡିଏମ୍‌ ରୋଷେୟାଙ୍କ ପାଉଣା ପ୍ରଦାନ ଲାଗି ଗୁରୁବାର ନିର୍ଦ୍ଦେଶ ଦେବାପରେ ଏନେଇ ସଙ୍କେତ ମିଳିଛି। ସେହିଭଳି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ନେଇ କୋଭିଡ୍‌ କ୍ୟାମ୍ପେନ୍‌ ଆରମ୍ଭ କରିବାକୁ ଶିକ୍ଷକମାନଙ୍କୁ କୁହାଯାଇଛି। ଶିକ୍ଷକମାନେ ଏହି କ୍ୟାମ୍ପେନ୍‌ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଆଇଇସି (ଇନ୍‌ଫର୍ମେଶନ, ଏଜୁକେଶନ ଆଣ୍ଡ୍‌ କମ୍ୟୁନିକେଶନ) ମ୍ୟାଟେରିଆଲ ଛାତ୍ରୀଛାତ୍ର, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚାଇବେ। ସ୍କୁଲଗୁଡିକ ଦୀର୍ଘଦିନ ଧରି ବନ୍ଦଥିବାରୁ କ୍ୟାମ୍ପସ ସଫେଇ ଓ ଭିତ୍ତିଭୂମି ସଜାଡ଼ିବାକୁ କୁହାଯାଇଛି। ଏଥିପାଇଁ ଶିକ୍ଷକମାନେ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share