Advertisement

ଭୁଷୁଡ଼ିଲା ସ୍କୁଲ ପାଚେରି, ଆଖିବୁଜିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ

ରାୟଗଡ଼ା ଅଫିସ/ଗୁଣୁପୁର,୧୬।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚିକଟ ସରକାରି ଉଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ପାଚେରି କାନ୍ଥ ଭୁଷୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ପଞ୍ଚମ ଶ୍ରେଣୀ ଛାତ୍ରୀ ହେଲେ ଆହୁତି ଶବର (୧୧ ) ।
ମିଳିଥିବା ସୂଚନାଅନୁଯାୟୀ, ବିଦ୍ୟାଳୟରେ ମୃତ ଛାତ୍ରୀ ଜଣକ ମଧ୍ୟ୍ୟାହ୍ନରେ ଶୌଚାଳୟ ଯାଇ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ମେଡିକାଲ ନେଇଥିଲେ। ସେଠାରୁ ତାଙ୍କୁ ଗୁଣୁପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଧିକାରୀ ପଦ୍ମପୁର ସୁବାଷ ଶବର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share