ଖୋଲିବ ସ୍କୁଲ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ ଖୋଲିପାରେ। ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଡିସେମ୍ବର ସ୍କୁଲ ଖୋଲିହେବ ବୋଲି ଏସ୍‌ଆର୍‌ସି କହିଥିଲେ। ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲାଯିବା ସମ୍ଭବ ନୁହେଁ। ସମ୍ଭବତଃ ଜାନୁଆରୀରୁ ସ୍କୁଲ ଖୋଲିବ। ତେବେ ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ। ଯଦି ଜାନୁଆରୀରୁ ସ୍କୁଲ ଖୋଲେ, ଛୁଟି ଦିନରେ ବି କ୍ଲାସ ହେବ। କେବଳ ପର୍ବପର୍ବାଣୀ ଛୁଟିକୁ ଛାଡ଼ି, ଅନ୍ୟ ଛୁଟିରେ କ୍ଲାସ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Share