Posted inଫୁରସତ

ପାଦ ଛୁଇଁ ପ୍ରଣାମ ପଛର ବୈଜ୍ଞାନିକ କାରଣ, ଜାଣନ୍ତୁ…

ବଡ଼ଙ୍କୁ ସମ୍ମାନ ଦେବା ଓ ତାଙ୍କ ଆଶୀର୍ବାଦ ନେବାର ଏକ ମାଧ୍ୟମ ହେଉଛି ପାଦ ଛୁଇଁ ପ୍ରଣାମ କରିବା। ଏହା ଆମ ଭାରତୀୟ ସଂସ୍କୃତିର ଏକ ମହାନ ପରମ୍ପରା। ତେବେ ପାଦ ଛୁଇଁ ପ୍ରଣାମ କେବଳ ଆମ ସଂସ୍କୃତି, ପରମ୍ପରାର ଅଂଶ ନୁହେଁ ଏଭଳି କରିବା ପଛରେ ବୈଜ୍ଞାନିକ କାରଣ ବି ରହିଛି। ଜାଣନ୍ତୁ ସେ ସମ୍ପର୍କରେ…

ପାଦ ଛୁଇଁ ପ୍ରଣାମ କରିବା ହେଉଛି ଭାରତୀୟ ସଂସ୍କୃତିର ଏକ ମହାନ ପରମ୍ପରା। ନିଜ ବୟସଠାରୁ ବଡ଼ ତଥା ବିଦ୍ୱାନ ବ୍ୟକ୍ତିଙ୍କ ସହ ଦେଖା ହେବା ମାତ୍ରେ ଆମେ ମୁଣ୍ଡ ତଳକୁ ନୁଆଇଁ ଦୁଇ ହାତରେ ବ୍ୟକ୍ତିଙ୍କ ପାଦକୁ ସ୍ପର୍ଶ କରି ମୁଣ୍ଡିଆ ମାରୁ। ବଡ଼ଙ୍କୁ ସମ୍ମାନ ଦେବା ଓ ତାଙ୍କ ଆଶୀର୍ବାଦ ନେବାର ଏହା ହେଉଛି ଏକ ମାଧ୍ୟମ। ପାଦ ଛୁଇଁ ପ୍ରଣାମ କେବଳ ଆମ ସଂସ୍କୃତି, ପରମ୍ପରାର ଅଂଶ ନୁହେଁ ଏହାପଛରେ ବୈଜ୍ଞାନିକ କାରଣ ବି ରହିଛି।

ପିଲାଟି ଦିନରୁ ବୟୋଜ୍ୟେଷ୍ଠଙ୍କ ପାଦ ସ୍ପର୍ଶ କରି ମୁଣ୍ଡିଆ ମାରିବା ପ୍ରତି ଘରେ ଶିଖାଯାଇଥାଏ। ସେ ସ୍କୁଲ ଯିବା ପୂର୍ବରୁ, ଅଫିସ ଯିବା ପୂର୍ବରୁ ହେଉ କି ପ୍ରଥମ କରି କୌଣସି କାର୍ଯ୍ୟ ଆରମ୍ଭ କରିବାବେଳେ ଅବା ବୟୋଜ୍ୟେଷ୍ଠଙ୍କୁ ଭେଟିବା ମାତ୍ରେ ଆମେ ପାଦ ସ୍ପର୍ଶ କରି ମୁଣ୍ଡିଆ ମାରୁ। ଏହାଦ୍ୱାରା ବଡ଼ମାନଙ୍କ ଆଶୀର୍ବାଦ ତ ଲାଭ ହୁଏ ତା’ସହ ଆମ ଶରୀର ମଧ୍ୟକୁ ତାଙ୍କର ସକାରାତ୍ମକ ଊର୍ଜା ବି ପ୍ରବେଶ କରେ। ସରଳ ଭାଷାରେ କହିବାକୁ ଗଲେ ଆମ ଶରୀରରେ ଅନେକ ତନ୍ତ୍ରିକା ବା ଶୀରା ପ୍ରଶିରା ଅଛି। ଏହି ତନ୍ତ୍ରିକାଗୁଡ଼ିକ ମସ୍ତିଷ୍କରୁ ଆରମ୍ଭ ହୋଇ ହାତ ପାଦର ଅଙ୍ଗୁଳିରେ ଶେଷ ହୁଏ। ତା’ସହ ଆମ ଶରୀରରେ ମସ୍ତିଷ୍କଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଏହା ଦ୍ୱାରା ଲଗାତାର ଊର୍ଜା ସଂଚାର ହୋଇଥାଏ। ସେଥିପାଇଁ ଆମେ ଯେବେ କାହାରି ପାଦ ସ୍ପର୍ଶ କରୁ ସେହି ବ୍ୟକ୍ତିଙ୍କ ଊର୍ଜା ଆମ ହାତ ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରେ। ଆଉ ଦୁହିଁଙ୍କ ମସ୍ତିଷ୍କ ଓ ହୃଦୟ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥାଏ। ଏହାବାଦ୍‌ ଯେବେ ଆମେ ସଠିକ ଉପାୟରେ ଚରଣ ସ୍ପର୍ଶ କରୁ ଅର୍ଥାତ୍‌ ଆମେ ଅଣ୍ଟା ନୁଆଇଁ ବାମ ହାତ ଅଙ୍ଗୁଳି ଦ୍ୱାରା ସାମ୍‌ନାରେ ଥିବା ବ୍ୟକ୍ତିଙ୍କ ଡାହାଣ ପାଦ ଓ ଡାହାଣ ହାତର ଅଙ୍ଗୁଳିରେ ବ୍ୟକ୍ତିଙ୍କ ବାମ ପାଦ ସ୍ପର୍ଶ କରୁ ଶରୀରରେ ବୈଦ୍ୟୁତିକ ଊର୍ଜାର ଚକ୍ର ତିଆରି ହୋଇଥାଏ। ଆଉ ସାମ୍‌ନାରେ ଥିବା ବ୍ୟକ୍ତିଙ୍କ ଊର୍ଜା ଆମ ଶରୀରରେ ପ୍ରବେଶ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri