ଈଶ୍ୱରାନୁଭୂତିର ବୈଜ୍ଞାନିକ ମତ

ଉମାଶଙ୍କର ପ୍ରସାଦ

ମଣିଷ ମାତ୍ରକେ ଈଶ୍ୱର ବିଶ୍ୱାସୀ। କାରଣ ଈଶ୍ୱର ହେଉଛନ୍ତି ମହାନ୍‌। ମଣିଷଠାରେ ଭଗବତ୍‌ ବିଶ୍ୱାସ ଉଦ୍ରେକ ହେବାର କାରଣ ଜାଣିବା ପାଇଁ ବୈଜ୍ଞାନିକ ମାନେ ଗବେଷଣାରତ। ସେମାନଙ୍କ ମତରେ ମଣିଷର ମସ୍ତକରେ ରହିଛି ଏକ ‘ଭଗବତ କ୍ଷେତ୍ର’। ୧୯୯୦ ଦଶକର ଆଦ୍ୟଭାଗରେ କାନାଡାର ସ୍ନାୟୁ ମନୋବିଜ୍ଞାନୀ ଡ. ମାଇକେଲ ପର୍‌ସିଞ୍ଜର ପ୍ରଥମ ଥର ପାଇଁ ‘ପ୍ରତ୍ୟକ୍ଷ ଈଶ୍ୱରାନୁଭୂତି’ ପ୍ରାପ୍ତ ହୋଇଥିଲେ। ଡ. ପର୍‌ସିଞ୍ଜର ଜଣେ ଧାର୍ମିକ ବ୍ୟକ୍ତି ନ ଥିଲେ। ଉକ୍ତ ଅନୁଭୂତି ଲାଭକଲା ବେଳକୁ ସେ ଲରେନ୍ସିଆନ୍‌ ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଥିଲେ। ନିଜର ମସ୍ତକକୁ ‘ଟ୍ରାନ୍ସକ୍ରାନିଆଲ୍‌ ମ୍ୟାଗ୍‌ନେଟିକ ଷ୍ଟିମୁଲେଟର’ ବା ‘ପାରକରୋଟି ଚୁମ୍ବକୀୟ ଉଦ୍ଦୀପକ’ ନାମକ ଏକ ଯନ୍ତ୍ର ସହ ସଂଯୁକ୍ତ କରିଦେଲେ। ଏହି ଯନ୍ତ୍ରଟି ଦ୍ୱାରା ମସ୍ତିଷ୍କର ଛୋଟ ଛୋଟ ନିର୍ବାଚିତ ଅଞ୍ଚଳରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିହୁଏ, ସୃଷ୍ଟ ଚୁମ୍ବକୀୟ କ୍ଷେତ୍ରର ହ୍ରାସ ବୃଦ୍ଧି କରିହୁଏ ଓ ଚୁମ୍ବକୀୟ କ୍ଷେତ୍ର ମାଧ୍ୟମରେ ସେହି ସେହି ଅଞ୍ଚଳଗୁଡିକୁ ଉଦ୍ଦୀପିତ କରିହୁଏ। ମସ୍ତିଷ୍କ ତନ୍ତୁରେ ଉଦ୍ଦୀପନା ସୃଷ୍ଟି ହେଲେ ତାହା ସହ ସମ୍ପୃକ୍ତ ମାଂସପେଶୀ ସ୍ପୁରିତ ହୁଏ କିମ୍ବା ଅବୟବ ଅନୈଚ୍ଛିକ ଭାବରେ ଚାଳିତ ହୁଏ। ମସ୍ତିଷ୍କସ୍ଥ ଦୃଷ୍ଟିକେନ୍ଦ୍ରକୁ ଏପରି ପଦ୍ଧତିରେ ଉଦ୍ଦୀପିତ କରାଇଲେ ଜନ୍ମାନ୍ଧ ବ୍ୟକ୍ତି ମଧ୍ୟ ‘ଦେଖିପାରିବା’ ଭଳି ଅନୁଭୂତି ଅର୍ଜନ କରିଥାଏ। ଡ. ପର୍‌ସିଞ୍ଜର ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିକରି ନିଜ ମସ୍ତିଷ୍କର ‘ଟେମ୍ପୋରାଲ ଲୋବ୍‌’ ବା ପ୍ରମସ୍ତିଷ୍କ ଶ୍ରୁତିଖଣ୍ଡକୁ ଉଦ୍ଦୀପିତ କରାଇଥିଲେ। ମସ୍ତିଷ୍କର ଶ୍ରୁତିଖଣ୍ଡ କାନମୁଣ୍ଡାର ଠିକ୍‌ ତଳକୁ ଅବସ୍ଥିତ। ଶ୍ରୁତିଖଣ୍ଡ ଉଦ୍ଦୀପିତ ହେବା ମାତ୍ରେ ପର୍‌ସିଞ୍ଜରଙ୍କୁ ‘ଭଗବତ ଦର୍ଶନ’ର ଅନୁଭୂତି ମିଳିଯାଇଥିଲା।
‘ଟେମ୍ପୋରାଲ ଲୋବ୍‌ ଏପିଲେପ୍‌ସି’ ବା ପ୍ରମସ୍ତିଷ୍କ ଶ୍ରୁତିଖଣ୍ଡ ଅପସ୍ମାର ଦ୍ୱାରା ଆକ୍ରାନ୍ତ ରୋଗୀମାନେ ଗଭୀର ଆଧ୍ୟାମତ୍ିକତା ଅନୁଭବ କରୁଥିବା ବହୁଦିନରୁ ଜଣାପଡ଼ିଛି। ଅପସ୍ମାର ରୋଗ ହେଲେ ରୋଗୀକୁ ମଝିରେ ମଝିରେ ବାତ ମାରିଥାଏ। ଏ ପ୍ରକାର ରୋଗୀମାନଙ୍କ ଉପରେ ଅନେକ ଗବେଷଣା କରିଛନ୍ତି ସାନ୍‌ଡିଏଗୋସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ସ୍ନାୟୁ ବିଜ୍ଞାନୀ ପ୍ରଫେସର ଭି.ଏସ୍‌. ରାମଚନ୍ଦ୍ରନ୍‌। ରୋଗୀମାନଙ୍କୁ ବାତ ମାରିସାରିବା ପରେ ସେମାନେ ପ୍ରାୟତଃ ତାଙ୍କୁ କହିଥାନ୍ତି ‘ଏପରି ଏକ ଦିବ୍ୟ ଆଲୋକ ଅଛି ଯାହା ସବୁ କିଛିକୁ ଉଦ୍ଭାସିତ କରିଥାଏ’। ଏପରି ଏକ ପରମ ସତ୍ୟ ରହିଛି, ଯାହା ସାଧାରଣ ମନର ଊର୍ଦ୍ଧ୍ୱରେ’, ସାଧାରଣ ମନ ସେହି ପରମ ସତ୍ୟର ରୂପରେଖ ସମ୍ବନ୍ଧରେ ଧାରଣା କରିପାରେ ନାହିଁ। ନିତିଦିନର ଜୀବନ ଜଞ୍ଜାଳରେ ଘାଣ୍ଟିହେଉଥିବା ବ୍ୟକ୍ତିର ମନ ସେହି ପରମ ସତ୍ୟର ସୌନ୍ଦର୍ଯ୍ୟ ଓ ମହତ୍ତ୍ୱକୁ କଳନା କରିବା ନିମନ୍ତେ ଅକ୍ଷମ। ଡ. ପର୍‌ସିଞ୍ଜରଙ୍କ ବୈଜ୍ଞାନିକ ପରୀକ୍ଷା ‘ଶ୍ରୁତିଖଣ୍ଡ ଅପସ୍ମାର ରୋଗୀ ଅନୁଭବ କରୁଥିବା ଗଭୀର ଆଧ୍ୟମତ୍ିକ ଅଭିଜ୍ଞତା ପାଇଁ ମସ୍ତିଷ୍କର ଶ୍ରୁତିଖଣ୍ଡର ଅତ୍ୟଧିକ ସକ୍ରିୟତା ଯୁକ୍ତିକୁ ସାବ୍ୟସ୍ତ କରିବାରେ ସହାୟକ ହୋଇପାରିଛି। ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିକରି ଶ୍ରୁତିଖଣ୍ଡକୁ ଯେ କୃତ୍ରିମ ଉପାୟରେ ଉଦ୍ଦୀପିତ କରିହେବ, ଏହା ପ୍ରଥମେ ଆବିଷ୍କାର କରିଥିଲେ ‘ପର୍‌ସିଞ୍ଜର’ ଏବଂ ତାଙ୍କୁ ମିଳିଥିଲା ଅପୂର୍ବ ସଫଳତା। ଶ୍ରୁତିଖଣ୍ଡରେ କୃତ୍ରିମ ଉପାୟରେ ଉଦ୍ଦୀପନା ସୃଷ୍ଟିକଲେ ବ୍ୟକ୍ତି ବିଦ୍ୟାନୁଭୂତି ପ୍ରାପ୍ତ ହେବା, ଶରୀର ବାହାରେ ଅବସ୍ଥାନ କରିବା କିମ୍ବା ପୂର୍ବଜନ୍ମର ଘଟଣାବଳୀକୁ ମନେ ପକାଇପାରିବା ଭଳି ଅନୁଭୂତି ଲାଭ କରିଥାଏ ବୋଲି ମତ ଦେଇଛନ୍ତି ଡ. ପର୍‌ସିଞ୍ଜର।
୧୯୯୭ରେ ଭି.ଏସ୍‌. ରାମଚନ୍ଦ୍ରନ୍‌ ଓ ତାଙ୍କର ସହକର୍ମୀବୃନ୍ଦ ଏ କ୍ଷେତ୍ରରେ ଆହୁରି ପାଦେ ଆଗେଇଯାଇ ସୁସ୍ଥ ବ୍ୟକ୍ତିଙ୍କ ପ୍ରମସ୍ତିଷ୍କ ଶ୍ରୁତିଖଣ୍ଡର କ୍ରିୟାକୁ ଉଦ୍ଦୀପିତ କରାଇବାରୁ ସୁସ୍ଥ ବ୍ୟକ୍ତିମାନଙ୍କଠାରେ ମଧ୍ୟ ଭଗବତ ଅନୁଭୂତି ଜାତହେଲା। ରାମଚନ୍ଦ୍ରନ୍‌ ଓ ତାଙ୍କର ସହଯୋଗୀ ଗବେଷକମାନେ ସୁସ୍ଥବ୍ୟକ୍ତିଙ୍କ କାନମୁଣ୍ଡା ଉପରେ ‘ଇଲେକ୍‌ଟ୍ରୋଏନ୍‌ସେ ଫାଲୋଗ୍ରାମ’(ଇଇଜି)ର ଇଲେକ୍‌ଟ୍ରୋନ୍‌ ସଂଯୁକ୍ତ କରି ସେମାନଙ୍କୁ ଶୁଣେଇ ଚାଲିଲେ ମନକୁ ଛୁଇଁଲା ଭଳି ଧର୍ମ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ। ଏପରି କରିବା ଫଳରେ ଶ୍ରୁତିଖଣ୍ଡରେ ପ୍ରତିକ୍ରିୟା ବୃଦ୍ଧିପାଇବା ସହ ଗବେଷଣା ଅନ୍ତର୍ଭୁକ୍ତ ସେହି ବ୍ୟକ୍ତିମାନେ ‘ଦିବ୍ୟାନୁଭୂତି’ ପ୍ରାପ୍ତହେବା ସମ୍ପର୍କରେ ନିଜର ଅଭିଜ୍ଞତା ବଖାଣି ଚାଲିଥିଲେ। ଏହି ପରୀକ୍ଷଣର ଫଳାଫଳକୁ ରାମଚନ୍ଦ୍ରନ୍‌ଙ୍କ ଗୋଷ୍ଠୀ ସିଦ୍ଧାନ୍ତ ଗ୍ରହଣ କଲେ ଯେ ସୁସ୍ଥବ୍ୟକ୍ତିଙ୍କ ସ୍ନାୟୁକୋଷିକା ଓ ସ୍ନାୟୁସୂତ୍ର ରହିଛି, ଯାହା ଧର୍ମ ଏବଂ ଆଧ୍ୟାତ୍ମିକତା ସହ ସମ୍ପୃକ୍ତ। ଆମ ପ୍ରତ୍ୟେକଙ୍କ ମସ୍ତିଷ୍କରେ ରହିଛି ‘ଲିମ୍ବିକ୍‌ ସିଷ୍ଟମ’୍‌ ଯେଉଁଥିରେ ଥାଏ ଆବେଗ କେନ୍ଦ୍ର ଏବଂ ସ୍ମୃତିକେନ୍ଦ୍ର। ଲିମ୍ବିକ୍‌ ସିଷ୍ଟମ ସହ ଶ୍ରୁତିଖଣ୍ଡର ଘନିଷ୍ଠ ଯୋଗାଯୋଗ ରହିଛି। ପର୍‌ସିଞ୍ଜର ଦର୍ଶାଇଛନ୍ତି, ମସ୍ତିଷ୍କର ଆବେଗ କେନ୍ଦ୍ରକୁ ଉତ୍ତେଜିତ କରାଇଲେ ଶ୍ରୁତିଖଣ୍ଡର ବୈଦ୍ୟୁତିକ କ୍ରିୟା ବୃଦ୍ଧି ପାଇଥାଏ। ଧାର୍ମିକ ତଥା ଆଧ୍ୟାତ୍ମିକ ଅନୁଭୂତିରେ ଆବେଗ ଯେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯାହା ‘ଲିମ୍ବିକ୍‌ ସିଷ୍ଟମର’ ସମ୍ପୃକ୍ତିରୁ ପ୍ରମାଣିତ।
ମସ୍ତିଷ୍କସ୍ଥ ଶ୍ରୁତିଖଣ୍ଡର ଯେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଧାର୍ମିକ କିମ୍ବା ଆଧ୍ୟାତ୍ମିକ ଅନୁଭୂତି ସହ ସମ୍ପୃକ୍ତ , ତାକୁ ‘ପର୍‌ସିଞ୍ଜର ଏବଂ ରାମଚନ୍ଦ୍ରନ୍‌’ଙ୍କ ଭଳି ସ୍ନାୟୁ ଜୀବବିଜ୍ଞାନୀମାନେ ‘ଭଗବତ୍‌ କ୍ଷେତ୍ର’ନାମରେ ନାମିତ କରିଛନ୍ତି। ମସ୍ତିଷ୍କର ସ୍ନାୟୁତନ୍ତ୍ରରେ ଭଗବତ୍‌ କ୍ଷେତ୍ରର ଉପସ୍ଥିତିରୁ ଏହି ସୂଚନା ମିଳୁଛି ଯେ ଆଧ୍ୟାମତ୍ିକ ବିଶ୍ୱାସ ଓ ଅନୁଭୂତି ସର୍ବଦା ମଣିଷର ହିତ ସାଧନ କରିଥାଏ ଏବଂ ଏହି ଉଦ୍ଦେଶ୍ୟ ପୂର୍ତ୍ତି ନିମନ୍ତେ ମସ୍ତିଷ୍କ ଅନୁରୂପ ଭାବରେ ବିବର୍ତ୍ତିତ ହୋଇଛି। ଦିନେ ଭୋଲ୍‌ଟାୟାର କହିଥିଲେ, ” ଈଶ୍ୱର ଯଦି ନାହାନ୍ତି, ତେବେ ଈଶ୍ୱରଙ୍କୁ ଉଦ୍‌ଭାବନ କରିବା ଦରକାର।“ କିନ୍ତୁ ଯଦି ଅଛନ୍ତି, ତେବେ ତାଙ୍କୁ ଆବିଷ୍କାର କରିବାର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ। ମସ୍ତିଷ୍କରେ ‘ଭଗବତ କ୍ଷେତ୍ର’ର ଆବିଷ୍କାର ବୋଧହୁଏ ଏହି ଆବିଷ୍କାର ପର୍ବର ପ୍ରଥମ ପ୍ରଚେଷ୍ଟା।
ଖୋର୍ଦ୍ଧା, ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri