ଗଞ୍ଜାମ,୨୫।୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍ ଗଣତି ଆରମ୍ଭ ହେବା। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗଞ୍ଜାମ ଜିଲା ଭାରତୀ ବିଦ୍ୟାପୀଠରେ ଭୋଟ ଗଣତି ହେବାକୁ ଥିବା ବେଳେ ଶୁକ୍ରବାର ସାରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ନିର୍ବାଚନ ଅଧିକାରୀ ତଥା ବିଡିଓ ବିଶ୍ୱଜିତ ରାୟ, ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଭୋଟ ଗଣତି କେନ୍ଦ୍ର ଭାରତୀ ବିଦ୍ୟାପୀଠ ସ୍କୁଲ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଗଣତି ବେଳେ ଏଜେଣ୍ଟଙ୍କ ବିନା ଅନ୍ୟ କୌଣସି ବ୍ୟକ୍ତି ସ୍କୁଲ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି । ଏଥିସହ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ସେ କହିଛନ୍ତି।