ରାଜଧାନୀରେ ସିଲ୍‌ ହେଲା ଘରୋଇ କୋଚିଂ ସେଣ୍ଟର

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେତେକ ଘରୋଇ ଶିକ୍ଷାନୁଷ୍ଠାନ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ତେବେ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ କରାଯାଇଛି। ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦଙ୍କ ନେତୃତ୍ୱରେ ଉତ୍ତର ଜୋନ ସ୍କ୍ବାଡ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଜୟଦେବ ବିହାରର ଏକ ଘରୋଇ କୋଚିଂ ସେଣ୍ଟର ସିଲ୍‌ କରାଯାଇଛି।

Share