ଭଙ୍ଗାକୋଠାର ଆର୍ବଜନା ତଳୁ ଜୀବନ ସନ୍ଧାନ ଜାରି: ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୮୨୦ ଛୁଇଁଲା,ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୮୨୦ କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ସଂଖ୍ୟା ୬୭୨ ଛୁଇଁଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଭଙ୍ଗାକୋଠାର ଆର୍ବଜନା ତଳୁ ଉଦ୍ଧାରକାରୀ ଦଳ ଜୀବନ ସନ୍ଧାନ ଜାରି ରଖିଛନ୍ତି।

ମୃତକଙ୍କ ମଧ୍ୟରୁ ଅଧାରୁ ଅଧିକ ଅଲ-ହାଜ ଏବଂ ତାରୁଦାଣ୍ଟ ପ୍ରଦେଶର। ଏହା ବ୍ୟତୀତ ମୋରୋକୋର ଓଆରଜାଜେଟ, ଚିଚୁଆ, ଅଜିଲାଲ ଏବଂ ୟୋସେଫିଆ ପ୍ରଦେଶରେ, ଏବଂ ମରାକେଶ, ଆଗାଦୀର ଏବଂ କାସାବ୍ଲାନଙ୍କା ଅଞ୍ଚଳରେ ମଧ୍ୟ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସ୍ଥାନରେ ଆହତଙ୍କ ସଂଖ୍ୟା ୩୨୯ ରେକର୍ଡ ହୋଇଥିବାବେଳେ ୫୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। ଭୂକମ୍ପ ବିଷୟରେ ସୂଚନା ଥିବା ମୋରୋକୋ ସଂଗଠନ ଏହି ଭୂକମ୍ପର ତୀବ୍ରତାକୁ ସାତରୁ ଅଧିକ ବୋଲି ବର୍ଣ୍ଣନା କରିଛି। ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପର୍ଯ୍ୟଟନ ସହର ମାରାକେଶଠାରୁ ୭୧ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଭୂଗର୍ଭର୧୮.୫ କିଲୋମିଟର ଗଭୀରରେ ଥିଲା। ସ୍ଥାନୀୟ ସମୟ ରାତି ପ୍ରାୟ୧୧ଟା ୧୧ ସମୟରେ ଏଠାରେ କମ୍ପନ ଅନୁଭୂତ ହୋଇଥିଲା। କିଛି ସମୟ ପରେ, ଏହି ସ୍ଥାନଗୁଡିକରେ ଭୂକମ୍ପର ଆଫ୍ଟଶୋକ ମଧ୍ୟ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୯ ମାପ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହୋଇଗଲା X, ମସ୍କଙ୍କ ଠାରୁ 28,23,43,71,00,00ଟଙ୍କାରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୩୦।୩: ଏଲନ ମସ୍କ ତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ। ଏଥର ମଧ୍ୟ ସେ ଏପରି ଏକ ନିଷ୍ପତ୍ତି...

Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ...

ସୌଦି ଆରବରେ ଦେଖାଗଲା ଇଦ ଚାନ୍ଦ, ଜାଣନ୍ତୁ ଭାରତରେ କେବେ ପାଳନ ହେବ ଇଦ-ଉଲ-ଫିତର

ରିୟାଦ/ନୂଆଦିଲ୍ଲୀ,୨୯।୩: ସୌଦି ଆରବରେ ଶନିବାର (୨୯ ମାର୍ଚ୍ଚ, ୨୦୨୫) ଇଦର ଚାନ୍ଦ ଦେଖାଯାଇଛି। ଏବେ ଏହି ପର୍ବ ସୌଦିରେ ୩୦ମାର୍ଚ୍ଚରେ ପାଳନ କରାଯିବ। ଭାରତରେ ଇଦ...

ମ୍ୟାନମାର ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୩୪୦୦ ଆହତ, ଅନେକେ ନିଖୋଜ

ନାପିଦାଉ,୨୯।୩: ମ୍ୟାନମାରରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏବେ ପର୍ଯ୍ୟନ୍ତ ୧,୬୪୪ ଜଣଙ୍କର ମୃତ୍ୟୁ ହେବା ସହ ୩,୪୦୮ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି।...

ଭୂକମ୍ପ ସମୟରେ ରାସ୍ତାରେ ଗର୍ଭବତୀଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର, ଭିଡିଓ ଭାଇରାଲ

ନାପିଦାଉ,୨୯।୩: ଶୁକ୍ରବାର (୨୮ ମାର୍ଚ୍ଚ) ସ୍ଥାନୀୟ ସମୟ ପ୍ରାୟ ୧୨:୫୦ ସମୟରେ ମ୍ୟାନମାରରେ ଦୁଇଟି ଶକ୍ତିଶାଳୀ ଏବଂ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର...

ଇଦରେ ଏହି ମୁସଲିମ ଦେଶରେ ହେବ ବଡ଼ ଆତଙ୍କବାଦୀ ଆକ୍ରମଣ! ନିଜ ନାଗରିକଙ୍କୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ,୨୯।୩: ଆମେରିକାର ବୈଦେଶିକ ବିଭାଗ ଶନିବାର (୨୯ ମାର୍ଚ୍ଚ, ୨୦୨୫) ସିରିଆରେ ଥିବା ଏହାର ନାଗରିକମାନଙ୍କୁ ଇଦ ଅଲ-ଫିତର ଛୁଟି ସମୟରେ ଆକ୍ରମଣର ବିପଦ ବିଷୟରେ...

ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା।...

ଅପରେସନ ବ୍ରହ୍ମା ଆରମ୍ଭ, ଆଗ୍ରାରୁ ମ୍ୟାନମାର ଯିବ ଫିଲ୍ଡ ହସ୍ପିଟାଲ

ନୂଆଦିଲ୍ଲୀ,୨୯।୩: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଭାରତ ‘ଅପରେସନ ବ୍ରହ୍ମା’ ଅଧୀନରେ ଦୁଇଟି ନୌସେନା ଜାହାଜ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image