‘ବାହୁବଲୀ’ ଫେମ୍ ପ୍ରଭାସ ଏବଂ ସୈଫ ଅଲ୍ଳୀ ଖଁା ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟି ହେଲା ‘ଆଦିପୁରୁଷ’। ଏହି ଫିଲ୍ମର ପ୍ରାରମ୍ଭିକ କାମ ଚାଲୁ ରହିଛି। ହେଲେ ପ୍ରଭାସ ଏବଂ ସୈଫଙ୍କ ସହ ନାୟିକା ଭାବରେ କିଏ ସ୍କ୍ରିନ୍ ଶେୟାର କରିବ ସେ ନେଇ ପ୍ରାୟ ଦୁଇ ସପ୍ତାହ ଭିତରେ ଫାଇନାଲ ହେବ ବୋଲି ସୂଚନା ଦେଇଛନ୍ତି ଏହାର ନିର୍ଦ୍ଦେଶକ ଓମ୍ ରାଉତ। ଅନ୍ୟପକ୍ଷରେ ଏହି ଅଫର ପାଇବା ପରେ ପ୍ରଭାସଙ୍କ ଖୁସି କହିଲେ ନ ସରେ। ଏଥିପାଇଁ ସେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଲେଣି। ଏ ସମ୍ପର୍କରେ ପ୍ରଭାସ କହନ୍ତି, ‘ଏହି ବିଗ୍ ବଜେଟ ଫିଲ୍ମର କାହାଣୀରେ ଭିନ୍ନତା ରହିଛି। ବିଶେଷଭାବରେ ଏହାର ଉପସ୍ଥାପନା କିପରି ଦର୍ଶକଙ୍କ ମନକୁ ଛୁଇଁପାରିବ ସେ ନେଇ ପ୍ରଯୋଜନା ସଂସ୍ଥା ଦିନ ରାତି ଏକାଠି କରିଦେଇଛନ୍ତି। ମୋର ଯେତିକି ବିଶ୍ୱାସ ଏହି ଫିଲ୍ମଟି ଦର୍ଶକଙ୍କୁ ଶତପ୍ରତିଶତ ଏଣ୍ଟରଟେନ୍ କରିବ।’ ଅନ୍ୟପକ୍ଷରେ ‘ଆଦିପୁରୁଷ’ର ବଜେଟ୍ ପାଖାପାଖି ୪୦୦କୋଟି ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପ୍ରଭାସଙ୍କ ସହ ଅଭିନୟ କରିବାକୁ ସୈଫ ଚାହିଁ ବସିଛନ୍ତି। ତେବେ ଏହି ଦୁଇ ଜଣଙ୍କର ନାୟିକା କିଏ ସାଜୁଛି ତାହା ଦେଖିବାକୁ ବାକି ରହିଲା।