ଭୁବନେଶ୍ୱର,୨୯।୯(ବ୍ୟୁରୋ): ଷୋଡ଼ଶ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବୀନ ନିବାସରୁ ଭିଡିଓ କନ୍ଫରେନ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଭାଗନେଇଛନ୍ତି। ଲୋକସେବା ଭବନରେ ୬ ବିଧାୟକ ଉପସ୍ଥିତ ରହିଛନ୍ତି। ଭିଡିଓ କନ୍ଫରେନ୍ସ ଜରିଆରେ ଶୋକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଗତ କରିଛନ୍ତି। ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି।