ମାଳଦ୍ୱୀପ ଛାଡ଼ିଲେ ଦ୍ୱିତୀୟ ବ୍ୟାଚ୍‌ ଭାରତୀୟ ସୈନ୍ୟ

ମାଲେ,୧୪ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ଦାବି କ୍ରମେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କର ଦ୍ୱିତୀୟ ବ୍ୟାଚ୍‌ ରବିବାର ଉକ୍ତ ଦ୍ୱୀପଦେଶ ଛାଡ଼ିଛନ୍ତି। ମାଳଦ୍ୱୀପ ଜନସାଧାରଣଙ୍କ ସେବାରେ ନିୟୋଜନ ପାଇଁ ଭାରତ ଦେଇଥିବା ହେଲିକପ୍ଟରକୁ ଏହି ସୈନ୍ୟମାନେ ପରିଚାଳନା କରୁଥିଲେ। ମାଲେରେ ଥିବା ବିଦେଶୀ ରାଷ୍ଟ୍ରଦୂତମାନେ ତାଙ୍କ ଉପରେ କର୍ତ୍ତୃତ୍ୱ ଜାହିର କରିବେ ନାହିଁ ବୋଲି ଚାଇନା ସମକ୍ଷବାଦୀ ନେତା ମୁଇଜୁ ଦୋହରାଇଛନ୍ତି। ନାଗରିକମାନଙ୍କ ହାତରେ ହିଁ କ୍ଷମତା ନ୍ୟସ୍ତ ରହିବ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଇବ୍ରାହିମ ମହମ୍ମଦ ସୋଲିହ ଜଣେ ବିଦେଶୀ ରାଷ୍ଟ୍ରଦୂତଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ବୋଲି କୌଣସି ଦେଶର ନାଁ ନ ନେଇ ମୁଇଜୁ ଗତ ମାସରେ କହିଥିଲେ।

Share