୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ

ଖୋର୍ଦ୍ଧା,୨୩ା୮(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଜିଲା ଗସ୍ତ କରୁଛନ୍ତି। ଏହି କ୍ରମରେ ବୁଧବାର ଖୋର୍ଦ୍ଧା ଜିଲାରେ ଥିଲା ୫-ଟି ସଚିବଙ୍କ ଦ୍ବିତୀୟ ଦିନ। ବିଭିନ୍ନ ଉନ୍ନୟନମୂଳକ ଯୋଜନା, ବିକାଶ କାମର ସମୀକ୍ଷା କରିଥିଲେ। ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ୫-ଟି ସଚିବ। ୨ୟ ଦିନରେ ଖୋର୍ଦ୍ଧା ଜିଲା ଜଟଣୀ ଖୁଦୁପୁରର ଖେଳପଡ଼ିଆରେ ସାଧାରଣ ସଭାରେ  ୫-ଟି ସଚିବ ଯୋଗ ଦେଇଥିଲେ। ମହିଳାମାନେ ହୁଳହୁଳି, ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ହାତରେ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ସଚିବ ପଡ଼ିଆରେ ପହଞ୍ଚି ସମସ୍ତଙ୍କ ପାଖକୁ ଯାଇ ହାତ ମିଶାଇ ସେଲ୍‌ଫି ନେଇଥିଲେ। ଛୋଟ ପିଲାଙ୍କୁ ଦେଖି ଅଟକି ଯାଇ ଚକୋଲେଟ ଦେଇଥିଲେ। ଉପସ୍ଥିତ ଜନତାଙ୍କ ବହୁତ ସମୟ ଧରି ଅପେକ୍ଷା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ତାଙ୍କର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛନ୍ତି ବୋଲି କହିଥିଲେ ୫-ଟି ସଚିବ। ଲୋକଙ୍କଠାରୁ ବହୁତ ଦରଖାସ୍ତ ପାଇଛି। ଚାଷୀମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ। ଜାଗା ମିଶନରେ ଜିଲାପାଳଙ୍କୁ ଅନୁରୋଧ କରିବି ଜଗନ୍ନାଥ ଜମି ସମସ୍ୟା ଉପରେ ପଦକ୍ଷେପ ନେବେ। ସପ୍ତାହ ମଧ୍ୟରେ ଆପଣ ଖୁସି ଖବର ପାଇବେ। ଜମି ପଟ୍ଟା ପାଇବେ। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୭ଦିନ ଅର୍ଥାତ୍‌ ୩୧ ତାରିଖ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କଠାରୁ ଖୁସି ଖବର ପାଇବେ। ଭଲ କାମ କରନ୍ତୁ। ଠିକ୍‌ ଭାବେ ଟଙ୍କା ଖର୍ଚ୍ଚ କରନ୍ତୁ। ଆହୁରି କିସ୍ତି ପାଇବେ। ୭ ଲକ୍ଷ ଟଙ୍କା ମିଳିଲେ, ୧୦ ଲକ୍ଷର ମନ୍ଦିର କାମ କରନ୍ତୁ। ମୁଖ୍ୟମନ୍ତ୍ରୀ ଖୁସି ହେବେ। ମୁଖ୍ୟମନ୍ତ୍ରୀ ସ୍ବଚ୍ଛତା ଉପରେ ବିଶ୍ୱାସ କରନ୍ତି। ପିଇବା ପାଣି ସମସ୍ୟା ପାଇଁ ଜିଲାପାଳ ସେମାନଙ୍କ ଫୋନ୍‌ ନମ୍ବର ନେବେ। ଆସନ୍ତାକାଲି ସକାଳେ ସୁଦ୍ଧା ଯନ୍ତ୍ରୀ ସେମାନଙ୍କ ଘରକୁ ଯିବେ। ବାକି ସବୁ ଦରଖାସ୍ତ ଦେଖାଯିବ। ମାସେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆପଣଙ୍କ ପାଖକୁ ଫୋନ୍‌ ଆସିବ, ଚିଠି ପାଇବେ। ସମାଧାନ ନ ହୋଇଥିଲେ ବି ଚିଠିରେ କାରଣ ଜଣାଯିବ ବୋଲି ୫-ଟି ସଚିବ କହିଥିଲେ। ସମାବେଶ ସାରି ସେ ଭୁବନେଶ୍ବର ଫେରି ଯାଇଥିଲେ। ଅପରାହ୍ନରେ ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ବକ୍ରେଶର ହାଇସ୍କୁଲ ଖେଳପଡ଼ିଆଠାରେ ଆୟୋଜିତ ଜନ ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri