କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ସମୟ ବଦଳିଲା, ଜାଣନ୍ତୁ କେତେଦିନ ବ୍ୟବଧାନରେ ନେବେ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଦେଶରେ ଦ୍ବିତୀୟ ଡୋଜ୍‌ କୋଭିଶିଲ୍ଡ ଟିକା ପାଇଁ କୋ-ଓ୍ବିନ୍‌ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଥିବା ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାମାତ୍ର ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ୬ ସପ୍ତାହ ଅର୍ଥାତ୍‌ ପ୍ରଥମ ଡୋଜ୍‌ କୋଭିଶିଲ୍ଡ ଟିକା ଦେବାର ୪୨ ଦିନ ପରେ ୨ୟ ଡୋଜ୍‌ ମିଳିବ। ପୂର୍ବରୁ ଏହି ଦ୍ବିତୀୟ ଡୋଜ୍‌ ଲୋକମାନଙ୍କୁ ପ୍ରଥମ ଡୋଜ୍‌ର ୨୮ ଦିନ ପରେ ଦିଆଯାଉଥିଲା। ଏନେଇ ସମସ୍ତ ଜିଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

Share