Categories: ଜାତୀୟ

୧୩ରୁ ଆରମ୍ଭ ହେବ କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ, ୪ା୨- ଟିକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ କୋଭିଡ-୧୯ ଭାକ୍ସିନର ପ୍ରଥମ ଡୋଜ ନେଇଥିବା ସ୍ବସ୍ଥ୍ୟକର୍ମୀଙ୍କୁ ଆସନ୍ତା ୧୩ ତାରିଖରେ ଦ୍ୱିତୀୟ ଡୋଜ ଦିଆଯିବ। ଏ ନେଇ ଗୁରୁବାର ନୀତି ଆୟୋଗ ସଦସ୍ୟ ଡ. ଭି.କେ. ପଲ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ୧୨୩୯ ବେସରକାରୀ ଓ ୫୯୧୨ ସରକାରୀ ହସ୍ପିଟାଲରେ ଭାକ୍ସିନ ଦିଆଯିବ। ଆମେ ଲକ୍ଷ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଭାକ୍ସିନ ଦେଇଥିବାବେଳେ ମାତ୍ର ୮,୩୬୩ ବ୍ୟକ୍ତିଙ୍କ ଠାରେ ଦେଖାଦେଇଛି ପାର୍ଶ୍ୱ ପତିକ୍ରିୟା। ଏହା ଭାକ୍ସିନ ଦିଆଯାଇଥିବା ଲୋକଙ୍କ ସଂଖ୍ୟାର ୦.୧୮ ପ୍ରତିଶତ। ସରକାରୀ ରିପୋର୍ଟ ଅନୁଯାୟୀ, ଗୁରୁବାର ଅପରାହ୍ନ ୧.୩୦ ସୁଦ୍ଧା ୪୫,୯୩,୪୨୭ ସ୍ବାସ୍ଥ୍ୟକର୍ମୀଙ୍କୁ ଭାକ୍ସିନର ପ୍ରଥମ ଡୋଜ ଦିଆଯାଇଛି। ତେବେ ତାମିଲ ନାଡୁ, ଆସାମ, ଜମ୍ମୁ-କଶ୍ମୀର ସମେତ ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୩୦ ପ୍ରତିଶତରୁ କମ୍‌ ସ୍ବାସ୍ଥ୍ୟକର୍ମୀ ଭାକ୍ସିନ ନେଇଛନ୍ତି।

Share