ଜୋସ୍‌ ଭରିଲା ଦାଣ୍ଡିଆ କାର୍ନିଭାଲ୍‌ର ଦ୍ୱିତୀୟ ସା

ଭୁବନେଶ୍ୱର,୨୨ା୧୦(ଶର୍ମିଷ୍ଠା ପାଣିଗ୍ରାହୀ)ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ଭକ୍ତି ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଥିବାବେଳେ ଏହାକୁ ଆହୁରି ମୁଖରିତ କରିଛି ଦାଣ୍ଡିଆ ମହୋତ୍ସବ। ସହରବାସୀଙ୍କୁ ଏକାଠି କରି ଉତ୍ସବର ନିଆରା ଅନୁଭବ ଦେବାକୁ ନେଟ୍‌ୱର୍କ ଇଭେଣ୍ଟ ଆଣ୍ଡ୍‌ ପ୍ରମୋଶନ ଏବଂ କ୍ରିଷ୍ଟାଲ କ୍ରାଉନ ଭେଟି ଦେଇଛି ଆଉଏକ ବଡ଼ ମଞ୍ଚ। ଚନ୍ଦ୍ରଶେଖରପୁରସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦାଣ୍ଡିଆ କାର୍ନିଭାଲ। ୪ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରତି ସାରେ ଜମୁଛି ଦାଣ୍ଡିଆର ଆସର। ଭିନ୍ନ ଭିନ୍ନ ତାରକାଙ୍କ ସହ ଦାଣ୍ଡିଆ ନାଚି ମଜାମସ୍ତି କରିବାର ସୁଯୋଗ ପାଉଛନ୍ତି ଲୋକେ। ଶନିବାର ସାର ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ନାଭ୍ୟା ଓ ତାଙ୍କ ବ୍ୟାଣ୍ଡ୍‌। ନାଭ୍ୟାଙ୍କ ଗୀତଗୁଡ଼ିକ ଜୋସ୍‌ ଆଣିଥିଲା। ଗୀତର ତାଳେ ତାଳେ ନାଚି ଉଠିଥିଲେ ଲୋକେ। ସେହିପରି ଡିଜେ ପାର୍ଥୋ ମଧ୍ୟ କିଛି କମ୍‌ ନ ଥିଲେ। ଲୋକଙ୍କ ପସନ୍ଦ ମୁତାବକ ସଙ୍ଗୀତର ଡିଜେ ରିମିକ୍ସ ସେ ପରିବେଷଣ କରିଥିଲେ। ଅନ୍ୟପକ୍ଷେ ଡିଜେ ରାଜ୍‌ସ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନକୁ ବଢ଼ାଇ ଦେଇଥିଲେ। ସାରେ ଏହି ୩ କଳାକାର ଲୋକଙ୍କ ମଧ୍ୟରେ ଜୋସ୍‌ ଭରିବା ସହ କାର୍ନିଭାଲର୍‌ ଦ୍ୱିତୀୟ ସାର ମାହୋଲକୁ ରଙ୍ଗାରଙ୍ଗ କରିଦେଇଥିଲେ। ପାଖାପାଖି ୫୦୦ରୁ ଊର୍ଦ୍ଧ୍ୱ ଲୋକ ଦାଣ୍ଡିଆ କାର୍ନିଭାଲକୁ ଉପଭୋଗ କରିଥିବାବେଳେ ଉପସ୍ଥାପିକା ପୁଣ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share