Categories: ଖେଳ

ଦ୍ୱିତୀୟଥର ବାପା ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ଟିମ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ ଦ୍ୱିତୀୟ ଥର ବାପା ହୋଇଛନ୍ତି। ଶିଶୁର ଏକ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, ସଫା ଏବଂ ମୁଁ ଆମର ପୁତ୍ର ସନ୍ତାନ ସୁଲେମାନ ଖାନ୍‌ଙ୍କୁ ସ୍ବାଗତ କରୁଛୁ। ଇରଫାନଙ୍କର ପୂର୍ବରୁ ଇମ୍ରାନ ଖାନ ନାମରେ ଏକ ପୁଅ ଅଛି। ଇରଫାନ ୨୦୧୬ରେ ମଡେଲ ସଫା ବାଗଙ୍କୁ ବିବାହ କରିଥିଲେ। ସଫାଙ୍କ ବାପା ସାଉଦି ଆରବରେ ଜଣେ ବ୍ୟବସାୟୀ। ସେ ମକ୍କାରେ ବିବାହ କରିଥିଲେ। ଏଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ସଫାଙ୍କ ପରିବାର ମୂଳତଃ ହାଇଦ୍ରାବାଦର। କିନ୍ତୁ ତାଙ୍କ ପିତା ମିର୍ଜା ଫାରୁକ ବାଗ ବ୍ୟବସାୟ ସଂପର୍କରେ ସାଉଦି ଆରବ ଯାଇଥିଲେ। ସଫାର ପ୍ରାଥମିକ ଶିକ୍ଷା ସେଠାରେ ହୋଇଥିଲା। ସଫା ୨୮ ଫେବୃୟାରୀ ୧୯୯୪ ରେ ଜନ୍ମଗ୍ରହଣ କରିଥିଲେ। ସେ ଇରଫାନଙ୍କଠାରୁ ୧୦ ବର୍ଷ ସାନ।