ବାହାରିନ୍‌ରୁ ଆସିଲା ଦ୍ୱିତୀୟ ବିମାନ

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ବନ୍ଦେ ଭାରତ ମିଶନରେ ବାହାରିନ୍‌ରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଭୁବନେଶ୍ୱର ଆସିଛି ଆଉଏକ ବିମାନ। ଏୟାର ଇଣ୍ଡିଆର ଏଆଇ୯୪୦ ବିମାନଟି ବାହାରିନ୍‌ରୁ ଅପରାହ୍ନ ପ୍ରାୟ ୩ଟାବେଳେ ଉଡ଼ାଣ ଭରିଥିଲା। ସେଥିରେ ମୋଟ ୧୫୧ ଯାତ୍ରୀ ରହିଥିବାବେଳେ ୭୧ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଥିଲେ। ବିମାନଟି ପ୍ରଥମେ ଦିଲ୍ଲୀରେ ପହଞ୍ଚତ୍ବା ପରେ କେତେଜଣ ଯାତ୍ରୀ ଓହ୍ଲାଇଥିଲେ। ଏହାପରେ ଅନ୍ୟଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ବିମାନ। ସୂଚନାଯୋଗ୍ୟ, ଜୁନ୍‌ ୨୦ରେ ପ୍ରଥମେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ୧୪୨ଜଣ ଓଡ଼ିଆଙ୍କୁ ନେଇ ଆସିଥିଲା। ରହିଯାଇଥିବା ଆଉ କେତେଜଣ ଓଡ଼ିଆଙ୍କୁ ଫେରାଇ ଆଣିବାରେ ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିଲା।

Share