ଦ୍ୱିତୀୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତେବେ ଏବେ ସାମନ୍ଥାଙ୍କୁ ଦ୍ୱିତୀୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ବୋଲି ଜଣାଯାଇଛି। ନୟନଥାରା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ହୋଇଥିବାବେଳେ ସାମନ୍ଥା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବ୍ୟାକ-ଟୁ-ବ୍ୟାକ ସଫଳତା ପରେ ଅଭିନେତ୍ରୀ ତାଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ସାମନ୍ଥାଙ୍କୁ ଶେଷ ଥର ପାଇଁ ଅଲୁ ଅର୍ଜୁନଙ୍କ ପୁଷ୍ପା: ଦ ରାଇଜରେ ଏକ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ, ସାମନ୍ତ ତାଙ୍କ ଫିଲ୍ମ ପାଇଁ ୩ କୋଟିରୁ ୫ କୋଟି ଟଙ୍କା ନେଇଥାନ୍ତି। ତେବେ ସାମନ୍ତା ପୁଷ୍ପା: ଦ ରାଇଜରେ ତାଙ୍କର ଗୀତ ପାଇଁ ୫ କୋଟି ଟଙ୍କା ନେଇଛନ୍ତି।

Share