ଚାଷୀଙ୍କ ଖାତାକୁ ଗଲା ଚଳିତ ବର୍ଷର ଦ୍ୱିତୀୟ କିସ୍ତି କାଳିଆ ଟଙ୍କା

ଭୁବନେଶ୍ୱର,୧୪।୫(ବ୍ୟୁରୋ): କାଳିଆ ଯୋଜନାରେ ଚଳିତ ବର୍ଷର ଦ୍ୱିତୀୟ କିସ୍ତି ଟଙ୍କା ରାଜ୍ୟ ସରକାର ଚାଷୀମାନଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୯୨୦ କୋଟି ଟଙ୍କା ଯାଇଥିବା ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ପ୍ରକାଶ ଯେ, ଶନିବାର ଅକ୍ଷୟ ତୃତୀୟା। ଏହିଦିନ ଚାଷୀ ଅଖିମୁଠୀ ଅନୁକୂଳ କରିବାର ପରମ୍ପରା ରହିଛି। ଏଥିଲାଗି ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କୁହାଯାଇଥିଲା। ମହାମାରୀକୁ ନେଇ ରାଜ୍ୟବାସୀ ଅସୁବିଧା ଦେଇ ଗତି କରୁଥିବା ବେଳେ ଏହି ଟଙ୍କା ଦ୍ୱାରା ଚାଷୀକୂଳ ଉପକୃତ ହେବେ ବୋଲି ଆଶା କରାଯାଉଥିବା କୁହାଯାଇଛି। ତେବେ ଗତ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀ ୫୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୧୨୭୨ କୋଟି ଟଙ୍କା ଦେବା ନେଇ ଘୋଷଣା କରିଥିଲେ।

Share