Categories: ଖେଳ

ଲକ୍ଷ୍ନୌରେ ‘କର ବା ମର’ ମୁକାବିଲା ଖେଳିବ ଭାରତ

ନୂଆଦିଲ୍ଲୀ,୨୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଥିବା ଟିମ୍‌ ଇଣ୍ଡିଆ ପାଇଁ ଏହା ‘କର ବା ମର’ ମୁକାବିଲା ହେବ। ସିରିଜକୁ ବଞ୍ଚାଇବାକୁ ହେଲେ ଏହି ମ୍ୟାଚ୍‌କୁ ଭାରତକୁ ଜିତିବାକୁ ପଡ଼ିବ।

ଲକ୍ଷ୍ନୌ ଷ୍ଟାଡିୟମରେ ଏଯାବତ ୫ ଟି୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳାଯାଇଛି। ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ସର୍ବଦା ଜିତିଛି। ଏମିତିରେ ମଇଦାନରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌କୁ ଅଧିକ ଲାଭ ମିଳିବ ବୋଲି କୁହାଯାଉଛି। ଲକ୍ଷ୍ନୌରେ ଭାରତୀୟ ଟିମ୍‌ ୨ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି। ଉଭୟରେ ଦଳ ବିଜେତା ହୋଇଛି।

Share